ହରିୟାଣାରେ ଗୋଷ୍ଠୀସଂଘର୍ଷ ନେଲା ୫ଜୀବନ !

ହରିୟାଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ଦଙ୍ଗା, କର୍ଫ୍ଯୁ ଜାରି

ଉଗ୍ର ହୋଇଛି ହରିୟାଣାରେ ହିଂସା । ହରିୟାଣାରେ ନୁହରେ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଦଙ୍ଗା ହୋଇଥିବା ଦେଖିବାକୁ ମିଳିଛି । ଏହି ଦଙ୍ଗାରେ ଅନେକ ଗାଡି ପୋଡାଜଳା କରାଯାଇଥିବା ମଧ୍ୟ ସାମ୍ନାକୁ ଆସିଛି । ସବୁଠୁ ବଡ କଥା ହେଲା ଏହି ଗୋଷ୍ଠୀ ସଙ୍ଘର୍ଷ ମଧ୍ୟରେ ଚାଲି ଯାଇଛି ୫ଜୀବନ । ଯେଉଁଥିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ ହରିୟାଣାର ନୁହରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ଚାଲିଥିଲା। ହଠାତ୍ ଏହା ଉପରକୁ ପଥର ମାଡ଼ କରିଥିଲେ କିଛି ଯୁବଗୋଷ୍ଠୀ । ପରବର୍ତ୍ତୀ ସମୟରେ ଏହା ଭୟଙ୍କର ହିଂସାରେ ପରିଣତ ହୋଇଥିଲା ।

ଏହାପରେ ବିଭିନ୍ନ ସ୍ଥାନରେ ହିଂସା ଦେଖାଯାଇଥିଲା। ଏଥିପାଇଁ ନୁହ୍‌ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ନୁହ୍‌ରେ କର୍ଫ୍ୟୁ ଲାଗୁ କରାଯାଇଥିବେ ବେଳେ ଆଉ କିଛି ସ୍ଥାନରେ ୧୪୪ ଧାରା ଲଗାଯାଇଛି। ପୁଲିସ୍‌ ଓ ଅର୍ଦ୍ଧସାମରିକ ବାହିନୀ ‍ଫ୍ଲାଗମାର୍ଚ୍ଚ ମଧ୍ୟ କରୁଛନ୍ତି। ହିଂସା ଘଟଣାରେ ମୋଟ ୪୪ଟି ଏଫଆଇଆର ହୋଇଛି ଓ ୭୦ ଜଣଙ୍କୁ ଅଟକ ରଖାଯାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ଘଟଣାରେ ଏଯାଏଁ ସ୍ଥିରତା ଆସିନଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ଦେଖିବାକୁ ମିଳିଛି ।