କର୍ତ୍ତବ୍ୟ ପଥରେ ଅର୍ଜୁନ ଆୱାର୍ଡ ଛାଡିଲେ ବିନେଶ ଫୋଗଟ
ପିଏମଓ ଯାଉଥିବା ବିନେଶ ଫୋଗଟଙ୍କୁ ଅଟକାଇଲା ପୋଲିସ। କର୍ତ୍ତବ୍ୟ ପଥରେ ଅର୍ଜୁନ ଆୱାର୍ଡ ଛାଡିଲେ ବିନେଶ ଫୋଗଟ। ଭାରତୀୟ କୁସ୍ତି ଜଗତରେ ଚାଲିଥିବା ‘ଦଙ୍ଗଲ’ ବନ୍ଦ ହେଉନାହିଁ। ରେସଲର ବଜରଙ୍ଗ ପୁନିଆଙ୍କ ପରେ ମହିଳା ରେସଲର ବିନେଶ ଫୋଗାଟ ମଧ୍ୟ ତାଙ୍କ ଆୱାର୍ଡ ଫେରାଇ ଦେଇଛନ୍ତି। ବିନେଶ ତାଙ୍କର ଆୱାର୍ଡ ଫେରାଇବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଯାଉଥିଲେ ସେତେବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଏହାପରେ ବିନେଶ ତାଙ୍କର ଅର୍ଜୁନ ଆୱାର୍ଡ କର୍ତ୍ତବ୍ୟ ପଥରେ ଛାଡି ଚାଲି ଆସିଥିଲେ। ବିନେଶଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ତାଙ୍କର ପଦ୍ମଶ୍ରୀ ଆୱାର୍ଡ ଫେରାଇ ଦେଇଥିଲେ। ପୁରସ୍କାର ଫେରାଇବା ପୂର୍ବରୁ ବିନେଶ ଫୋଗଟ କହିଛନ୍ତି ଯେ ଏହି ଦିନ କୌଣସି ଖେଳାଳିଙ୍କ ଜୀବନରେ ଆସିବା ଉଚିତ ନୁହେଁ। ଦେଶର ମହିଳା କୁସ୍ତିଯୋଦ୍ଧାମାନେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି।
