ସିନେମା ହଲ୍ ରେ ମାଡ଼ି ଆସିଲା ମୃତ୍ୟୁ

ଫିଲ୍ମ ଦେଖିବାକୁ ଯାଇ ଶବ ହୋଇ ଫେରିଲେ ଯୁବକ

ଘରୁ ଖୁସି ମନରେ ଦେଖିବାକୁ ଯାଇଥିଲେ ଫିଲ୍ମ । ଆଉ ଫେରିଲେ ଶବ ହୋଇ । ଏଭଳି ଏକ ଘଟଣା ଘଟିଛି ୟୁପିରେ । ଗଦର-୨ ସିନେମା‌ ଦେଖିବା ପାଇଁ ଉତ୍ତର ପ୍ରଦେଶର ଲଖିମପୁର ଖେରିସ୍ଥିତ ସିନେମା ହଲ୍‌ରେ ପହଞ୍ଚିବା ପରେ ଜଣେ ଦର୍ଶକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ସେହି ସିନେମା ହଲ୍‌ରେ ଥିବା ‘ସିସିଟିଭି’ କ୍ୟାମେରାରେ ଉତ୍ତୋଳିତ ହୋଇଛି । ‘ସିସିଟିଭି’ ଫୁଟେଜ୍‌ରେ ଦେଖାଯାଉଛି ଅସ୍ତକ୍‌ ତିୱାରି ନାମକ ଉକ୍ତ ବ୍ୟକ୍ତି କାହା ସହିତ ଫୋନ୍‌ରେ କଥାବାର୍ତ୍ତା କରି ଶିଡ଼ି ଚଢୁଥିବା ବେଳେ ହଠାତ୍‌ ପଡ଼ିଯାଉଛନ୍ତି। ଶିଡ଼ି ଚଢୁଥିବା ବେଳେ ହଠାତ୍‌ ପଡ଼ିଯିବାରୁ ଉପସ୍ଥିତ ଲୋକେ ତାଙ୍କ ପାଖକୁ ଧାଇଁ ଯାଇଥିଲେ । ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ନୈପାଲ୍‌ ସିଂହ କହିଛନ୍ତି ଯେ, ତିୱାରିଙ୍କ ଫୋନ୍‌ ଖୋଲା ଥିବାରୁ ସେଠାରେ ଉପସ୍ଥିତ ଗାର୍ଡମାନେ ସେଥିରେ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା କ୍ଷଣି ତାଙ୍କର ମୃତ୍ୟୁ ଘଟିଥିବା କଥା ଡାକ୍ତରମାନେ କହିଛନ୍ତି।