ଫାଟିଗଲା ଟ୍ରାନ୍ସଫରମର, ଚାଲିଗଲା ୧୦ ଜୀବନ

ବନ୍ୟା ତାଣ୍ଡବ ପରେ ବଡ଼ ଦୁର୍ଘଟଣା

ଉତ୍ତରାଖଣ୍ଡ ଚମୋଲିରେ ବନ୍ୟା ଓ ବର୍ଷାର ତାଣ୍ଡବ ଲାଗିରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ଅଳକାନନ୍ଦା ନଦୀ ତଟରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟିବା ଯୋଗୁଁ କରେଣ୍ଟ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଚମୋଲି ଏସପି ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା କାରଣରୁ ଉତ୍ତରାଖଣ୍ଡର ଚମୋଲି, ହରିଦ୍ୱାର, ରୂଦ୍ରପ୍ରୟାଗ ସମେତ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଚମୋଲି ଏସପି ପରମେନ୍ଦ୍ର ଦୋବଲ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି  ଟ୍ରାନ୍ସଫରମର ଫାଟିବା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି ।