କେଉଁ ଯୋଜନା ପାଇଁ କେତେ ଟଙ୍କା
ଆସିଛି ଅନ୍ତରୀଣ ବଜେଟ । ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ ଅର୍ଥମନ୍ତ୍ରୀ। ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ସବ୍କା ସାଥ୍, ସବକା ବିକାଶ ଓ ସବ୍କା ପ୍ରୟାସ ଚାଲୁ ରହିଛି ବୋଲି କହିଛନ୍ତି ନିର୍ମଳା।
ତେବେ ବଜେଟ୍ରେ ୨୦୨୪ ରେ ୧୦ଟି ମୁଖ୍ୟ ଦିଗରେ ଗୁରୁତ୍ୱ ଦିଆଯାଇଛି:-
୧. ୩ଟି ରେଳ କରିଡର୍ ଆରମ୍ଭ ହେବ । ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ
୨. ପ୍ରତିରକ୍ଷା ବ୍ୟୟ ୧୧.୧% ବୃଦ୍ଧି ପାଇବ
୩. ଆୟୁଷ୍ମାନ ଭାରତରେ ସାମିଲ ହେବେ ସବୁ ଆଶା ଓ ଅଙ୍ଗନବାଡ଼ି
୪. ୫ ବର୍ଷରେ ଆହୁରି ୨ କୋଟି ଆବାସ ମିଳିବ
୫. ଅପରିବର୍ତ୍ତିତ ରହିଲା ଆୟକର ସୀମା
୬. ପର୍ୟ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପର ବିକାଶ ହେବ
୭. ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ମାନ୍ୟତା
୮. କୋଟିଏ ଘରକୁ ସୌର ଶକ୍ତିରେ ମିଳିବ ବିଦ୍ୟୁତ
୯. ୫୦ ବର୍ଷିଆ ସୁଧରହିତ ଯୋଜନାରେ ଦିଆଯିବ ଋଣ
୧୦. ବିମାନ ବନ୍ଦର ଦୁଇଗୁଣା ହେବ
ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି । ୫୭ ମିନିଟରେ ଅର୍ଥମନ୍ତ୍ରୀ ଦେଶର ଅର୍ଥ ବ୍ୟବସ୍ଥାକୁ ଜନତାଙ୍କ ସାମ୍ନାରେ ରଖିଥିଲେ । ତେବେ ଆସନ୍ତୁ ନଜର ପକାଇବା କେଉଁ ଯୋଜନା ପାଇଁ କେତେ ଟଙ୍କା ଘୋଷଣା ହୋଇଛି ।
କେଉଁ ଯୋଜନା ପାଇଁ କେତେ ଟଙ୍କା?
ପିଏମ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା – ୨୪୦୦ କୋଟି
ପିଏମ୍ ଆବାସ ଯୋଜନା – ୮୦,୬୭୧ କୋଟି
ଜଳଜୀବନ ମିଶନ – ୭୦,୧୬୩ କୋଟି
ୟୁରିଆ ସବସିଡି – ୧,୬୪,୦୦୦ କୋଟି
ମନରେଗା – ୮୬,୦୦୦ କୋଟି
ଆୟୁଷ୍ମାନ ଭାରତ – ୭,୫୦୦ କୋଟି
ପିଏମ୍ କୃଷି ସିଞ୍ଚନ ଯୋଜନା -୧୧,୩୯୧ କୋଟି