ସକାଳୁ ସକାଳୁ ଭୂକମ୍ପ ଝଟକା

ଥରିଲା ରାଜଧାନୀ ଦିଲ୍ଲୀ

ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଦିଲ୍ଲୀ। ଉପକଣ୍ଠ ଏନସିଆର୍‌ରେ ମଧ୍ୟ ଝଟକା ଅନୁଭବ ହୋଇଛି। ଏଥିସହ ଜମ୍ମୁ-କଶ୍ମୀର, ପଞ୍ଜାବ, ଆଫଗାନିସ୍ତାନ ଓ ପାକିସ୍ତାନର ସୀମାର ଲୋକମାନେ ମଧ୍ୟ ଭୂକମ୍ପ ଅନୁଭବ କରିଛନ୍ତି। ପ୍ରାଥମିକ ଭାବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି। ତେବେ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନି। ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜିର ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ର ସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ। ଜମ୍ମୁ-କଶ୍ମୀରର ଗୁଲମାର୍ଗ ଠାରୁ ଏହା ୪୧୮ କିମି ଦୂର। ରାତି ୯.୩୧ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ଗଭୀରତା ୧୮୧ କିମି ରହିଛି। ଝଟକା ଅନୁଭୂତ ହେବା ପରେ ଲୋକମାନେ ଘର ଛାଡ଼ି ବାହାରକୁ ଦୌଡ଼ି ଚାଲି ଆସିଥିଲେ। ସେମାନେ ବେଶ କିଛି ସମୟ ଖୋଲା ସ୍ଥାନରେ ଛିଡ଼ା ହୋଇଥିଲେ।