ପୁଣି ଟ୍ରେନ୍ ଦୁର୍ଘଟଣା

ଆନ୍ଧ୍ର ବିଜୟନଗରମ୍ ରେ ଟ୍ରେନ୍ ଟ୍ରାଜେଡି, ୬ ମୃତ, ୫୦ ଆହତ

ମନରୁ ଲିଭିନି ବାହାନଟା ଟ୍ରେନ୍ ଟ୍ରାଜେଡି । ପୁଣି ଘଟିଲା ଆଉ ଏକ ରେଳ ଦୁର୍ଘଟଣା । ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫୦ଜଣ ଆହତ ହୋଇଛନ୍ତି । ପୂର୍ବତଟ ରେଳପଥ ପକ୍ଷରୁ‌ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି । ବିଶାଖା-ରାୟାଗଡା-୦୮୫୦୪ ଯାତ୍ରୀବାହୀ ଟ୍ରେନ୍ ପଛ ପଟେ ପାଲାସା-ବିଶାଖା-୦୮୫୩୨ ଯାତ୍ରୀବାହୀ ଟ୍ରେନ ଧକ୍କା ଦେଇଥିଲା । ଦୁର୍ଘଟଣାରେ ତିନୋଟି ବଗି ଭାଙ୍ଗି ଚୁର ମାର ହୋଇଯାଇଛି ।

ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ସେମାନଙ୍କ ଜୀବନକୁ ଭୟ କରି ଏଣେ ତେଣେ ଦୌଡ଼ି ଚାଲିଯାଇଥିଲେ । ଏଥିରେ । ତେବେ ରାତିର ଅନ୍ଧାରରେ ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନଡିଆରଏଫ କର୍ମଚାରୀ ଯାତ୍ରୀ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଡିଆରଏମ ସୌରଭ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣା ରିଲିଫ ଟ୍ରେନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ରେଳ ବିଭାଗ କହିଛି।