ଉତ୍ତରପ୍ରଦେଶରରେ ଟ୍ରେନ୍ ଦୁର୍ଘଟଣା, ୨ମୃତ
ପୁଣି ଏକ ବଡ଼ ଟ୍ରେନ୍ ଦୁର୍ଘଟଣା । ଉତ୍ତରପ୍ରଦେଶର ଗୋଣ୍ଡାରେ ଗୁରୁବାର ଦ୍ୱିପହରରେ ପୁଣି ଏକ ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ଲାଇନଚ୍ୟୁତ ହେଇଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉତ୍ପନ୍ନ ହେଇଛି । ତେବେ ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ୍ ହେଇଛି ବୋଲି ଖବର ମିଳୁଛି । ଘଟଣାସ୍ଥଳରେ ରେଳ ବିଭାଗର ଉଚ୍ଚ ଅଧିକାରୀମାନେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି।