ଝାଡଖଣ୍ଡ ଜାମତାରାରେ ବଡ ଧରଣର ଦୁର୍ଘଟଣା

ମାଡ଼ିଗଲା ଟ୍ରେନ, ୧୨ଜଣଙ୍କ ମୃତ୍ୟୁ

ଝାଡଖଣ୍ଡ ଜାମତାରାରେ ବଡ ଧରଣର ଦୁର୍ଘଟଣା । ଟ୍ରେନ୍ ମାଡିଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଝାଡଖଣ୍ଡର କାଲାଝରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୨ଟି ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ରେଳବାଇ ପୋଲିସ ସହ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହାତ ମାନଙ୍କୁ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରୁଛନ୍ତି ।