ଆଜି ପବିତ୍ର ଜନ୍ମାଷ୍ଟମୀ

ଧରାପୃଷ୍ଠରେ ଅବତରଣ କରିବେ ଲୀଳାମୟ ଶ୍ରୀକୃଷ୍ଣ

ଆଜି ଧରାରେ ଅବତରଣ କରିବେ ନନ୍ଦଲଲା । ଯାହାକୁ ନେଇ ଉଶ୍ଚବ ମୁଖର ମଥୁରାରୁ ବୃନ୍ଦାବନ । ଆଜି ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ହୋଇଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଏହା ପବିତ୍ର ଜନ୍ମାଷ୍ଟମୀ ଭାବେ ଜଣାଯାଏ । ଏଥିପାଇଁ ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀ ଠାରୁ ଆରମ୍ଭ କରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ସବୁଠି ରୀତିନୀତି ଅନୁସାରେ ପାଳିତ ହେଉଛି ପ୍ରଭୁଙ୍କ ପର୍ବ। ବିଶେଷ କରି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀକୁ ନେଇ ରହିଛି ଅନେକ ରୀତିନୀତି । ପୁରାଣ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କଂସକୁ ବିନାଶ କରିବା ଲାଗି ସ୍ଵୟଂ ନାରାୟଣଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂସର ବନ୍ଦୀଶାଳରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ । ପରେ କଂସର ଭୟରେ ବାପା ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେଠାରେ ନନ୍ଦ ରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ । ଏହି ଜନ୍ମାଷ୍ଟମୀକୁ ଆଜି ବି ମଥୁରା ତଥା ବୃନ୍ଦାବନରେ ବେସ ଧୂମଧାମରେ ପାଳିତ ହେଉଛି ।