ଆଜି ଶାହରୁଖଙ୍କ ଜନ୍ମଦିନ

୫୮ ବର୍ଷରେ କିଙ୍ଗ ଖାନ୍

ବଲିଉଡର ବାଦଶାହ ତଥା ସଭିଙ୍କ ଅତିପ୍ରିୟ କିଙ୍ଗ ଖାନଙ୍କ ଆଜି ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଦେଇଛନ୍ତି କିଙ୍ଗ ଖାନ ଶାହାରୁଖ ଖାଁ । ତେବେ ଶାହରୁଖଙ୍କ ଜନ୍ମଦିନ ନେଇ ଫ୍ୟାନ୍ସ ମାନେ ବେସ ଖୁସିଥିବା ବେଳେ ପଠାଇଛନ୍ତି ଶୁଭେଚ୍ଛା ବାର୍ତ୍ତା । ମିଡନାଇଟରେ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ , ଫ୍ୟାନମାନଙ୍କୁ ବାଲକୋନିରୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ବାଦଶାହା ।

ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଜର ପ୍ରତ୍ଯେକ ଫିଲ୍ମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଶାହରୁଖ ଆଜି ୫୮ବର୍ଷରେ ପାଦ ଦେଇଥିବା ସତ୍ତ୍ୱେ ଆଜି ବି ସେଇ ରୋମାଣ୍ଟିକ ପଣ ଦେଖିବାକୁ ମିଳିଛି । ତେବେ ଯଯାତି ଏକ୍ସପ୍ରେସ ପରିବାର ତରଫରୁ କିଙ୍ଗ ଖାନଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ।