ନୁସରତଙ୍କୁ ମିଳିଲାନି ଟିକେଟ

ନିର୍ବାଚନ ଲଢ଼ିବେ ପୂର୍ବତନ କ୍ରିକେଟର ୟୁସୁଫ ପଠାନ

ଟିଏମସି ଘୋଷଣା କଲା ଲୋକସଭା ପ୍ରାର୍ଥୀ ତାଲିକା । ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ । ଏହି ତାଲିକାରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ ଦେଇଛି ଟିଏମସି । ୟୁସୁଫ ପଠାନ ବହରାମପୁରରୁ ନିର୍ବାଚନ ଲଢିବେ । ତାଙ୍କ ବିରୋଧରେ ସେଠାରେ କଂଗ୍ରେସ ପ୍ରାର୍ଥୀ ହେଉଛି ଅଧିର ରଞ୍ଜନ ଚୌଧୁରୀ । ସେହିପରି ଟିଏମସି ଏଥର ନୁସରତ ଜାହାଁଙ୍କୁ ଟିକେଟ ଦେଇନାହିଁ । ତେବେ କୁଚବିହାରରୁ ଜଗଦିଶ ବସୁନିଆ, ଆଲିପୁରଦ୍ୱାରରୁ ପ୍ରକାଶ ବାରିକ, ଜଲପାଇଗୁଡିରୁ ନିର୍ମଳ ରାଏ, ଦାର୍ଜିଲିଂରୁ ଗୋପାଳ ଲାମା, ରାୟଗଞ୍ଜରୁ କୃଷ୍ଣା କଲ୍ୟାଣୀ, ବାଲୁରଘାଟରୁ ବିପ୍ଲବ ମିତ୍ରା, ମାଲଦା ଉତ୍ତରରୁ ପ୍ରସୁନ ବାନାର୍ଜୀ, ମାଲଦା ଦକ୍ଷିଣରୁ ଶାହାନାଜ ଅଲ୍ଲି ରାୟହାନ, ଦୁର୍ଗାପୁରରୁ କିର୍ତ୍ତି ଆଜାଦ, ଆସୋନସୋଲରୁ ଶତ୍ରୁଘ୍ନ ସିହ୍ନା, ବସିରହାଟର ହାଜି ନୁରୁଲ ଇସଲାମ, ଡାଏମଣ୍ଡ ହାର୍ବରରୁ ଅଭିଷେକ ବାନାର୍ଜୀ, ଯାଦବପୁରରୁ ସୟାନୀ ଘୋଷ, କୋଲକାତା ଉତ୍ତରରୁ ସୁଦୀପ ଘୋଷ, ହାୱଡାରୁ ପ୍ରସୁନ୍ନ ବାନାର୍ଜୀ, ହୁଗଳୀରୁ ରଚନା ବାନାର୍ଜୀ, ଓଲୁବୋରିଆରୁ ସଜଦା ଅହମ୍ମଦ, ବେରହାମପୁରରୁ ୟୁସୁଫ ପଠାନ ଏବଂ କୃଷ୍ଣା ନଗରରୁ ମହୁଆ ମୋଇତ୍ରା ନିର୍ବାଚନ ଲଢ଼ିବେ ।