ପୁଣି ହେବ କଂଗ୍ରେସର ଭାରତ ଯୋଡ଼ ଯାତ୍ରା

ଗୁଜରାଟରୁ ଭାରତ ପୁଣି ଯୋଡ଼ ଯାତ୍ରା ଆରମ୍ଭ କରିବେ ରାହୁଲ

ପୁଣି ଫାଇଟ ଆରମ୍ଭ କରିବାକୁ ଯାଉଛି କଂଗ୍ରେସ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ସଦସ୍ଯତା ପଦ ଫେରିପାଇବା ପରେ ଏବେ ଆରମ୍ଭ କରିଛନ୍ତି ରଣନୀତି । ପୁଣିଥରେ ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା । ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିବା ପରେ ତାଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇବା ପରେ ସେ ନିଜର ପଦଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।

ମୁଖ୍ୟକଥା ହେଲା ସେ ଗୁଜରାଟରୁ ଏହି ଯାତ୍ରା ଆରମ୍ଭ କରିବାକୁ ଥିବା ବେଳେ ମେଘାଳୟ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା। ତେବେ ସଦସ୍ଯତା ଚାଲିଯିବା ପରେ ଲୋକଙ୍କ ପାଖରୁ ଦୂରତା ବଢିଥିଲା । ଏବେ କିନ୍ତୁ ପୁନଃ ଲୋକଙ୍କ ସହ ମିଶିବା ତଥା ତୃଣମୂଳସ୍ତରରେ କଂଗ୍ରେସକୁ ସୁଦୃଢ କରିବାକୁ ଏହି ଭାରତ ଯୋଡ ଯାତ୍ରା ଆରମ୍ଭ କରିବେ ରାହୁଲ। ଏହାକୁ ନେଇ ଚିନ୍ତାରେ ବିପକ୍ଷ ଦଳ ।