ଜଘନ୍ୟ ବିଭଶ୍ଚ ଅମାନୁଷିକତାର ନୂଆ କାହାଣୀ । ସ୍ଵାମୀକୁ ମାରିବାକୁ ପଛାଇଲାଣି ସ୍ତ୍ରୀ । ଖାଲି ମାରିନି ସ୍ବାମୀର ଶରୀରକୁ ଖଣ୍ଡ ଖଣ୍ଡ କରି ପାଞ୍ଚ ଖଣ୍ଡ କରିଦେଇଛି । ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର ପିଲିଭିତ ଅଞ୍ଚଳରେ ଘଟିଛି। ଏହି ଗାଁରେ ରହୁଥିବା ରାମପାଳଙ୍କର ନିଜ ପତ୍ନୀ ଦୁଲାରୀ ଦେବୀଙ୍କ ସହ ସମ୍ପର୍କ ଭଲ ନ ଥିଲା। ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ରାମପାଳଙ୍କ ସାଙ୍ଗଙ୍କ ସହ ଦୁଲାରୀ ଦେବୀଙ୍କ ଅନୈତିକ ସମ୍ପର୍କ ଥିବା ବେଳେ ସେ କିଛି ଦିନ ହେବ ତାଙ୍କ ସହ ରହୁଥିଲେ। ରାମପାଳଙ୍କ ପୁଅ ମଧ୍ୟ ନିଜ ପତ୍ନୀ ଓ ପିଲାଙ୍କ ସହ ଗାଁରେ ଅଲଗା ରହୁଥିଲେ । ୫୫ ବର୍ଷୀୟ ରାମପାଳ ମଙ୍ଗଳବାର ସକାଳୁ ନିଖୋଜ ଥିଲେ। ଏନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଲାସୀ ଆରମ୍ଭ କରିଛି।
ପୋଲିସ ଯୋଉ ତଥ୍ୟ ସାମ୍ନାକୁ ଆଣିଲା ତାହା ଶୁଣିବ ପରେ ଆପଣଙ୍କ ହୋସ ଉଡିଯିବ ।ପୋଲିସ ଆଗରେ ସତ ମନିଯାଇଥିଲା ରାମପାଳଙ୍କ ସ୍ତ୍ରୀ ଦୁଲାରି ଦେବୀ । ଦୁଲାରୀ ଦେବୀଙ୍କ କହିବାନୁଯାୟୀ, ଦୁଲାରୀ ଦେବୀ ଘରକୁ ଆସିଥିବା ବେଳେ ରାମପାଳଙ୍କ ସହ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ମଙ୍ଗଳବାର ରାତିରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ରାମପାଳ ଶୋଇ ପଡ଼ିଥିଲେ। ଏହି ସୁଯୋଗରେ ସେ ଏକ ରଶି ସାହାଯ୍ୟରେ ତାଙ୍କୁ ବାନ୍ଧି ଦେଇଥିଲେ। ଏହାପରେ କୁରାଢିରେ ଖଣ୍ଡ ଖଣ୍ଡ କରି ୫ ପିସ୍ କରି ଦେଇଥିଲେ।ଏହାପରେ ଖଣ୍ଡ ବିଖଣ୍ଡିତ ଶରୀରକୁ ବସ୍ତାରେ ପୂରାଇ ଗାଁ ପାଖ ନାଳରେ ଫୋପାଡ଼ି ଦେଇଥିଲେ।
ପୁଲିସ୍ ଦୁଲାରୀ ଦେବୀଙ୍କ ଘରୁ ରକ୍ତ ଜୁଡ଼ୁବୁଡ଼ୁ ବେଡସିଟ, ଧାରୁଆ ଅସ୍ତ୍ର ଆଦି ଜବତ କରିଛି। ଏଥିସହ ମୃତଦେହକୁ ଉଦ୍ଧାର କରିବାକୁ ନାଳରେ ପାଣି ଅଟକାଇ ଖୋଜାଖୋଜି ଆରମ୍ଭ କରିଛି। କିନ୍ତୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତଦେହ ମିଳି ନଥିବା ଜଣାଯାଇଛି। ଏଭଳି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।