ଅଙ୍ଗଦାନ କରି ଅମର ହୋଇଗଲେ ମହିଳା !

କିଏ କହିଲା ମଣିଷ ଅମର ହୁଏନା । ମଣିଷ ବି ଅମର ହୋଇପାରେ । ଆଜି ଜଣେ ମହିଳା ଏହାକୁ ପ୍ରମାଣ କରି ଦେଖାଇଛନ୍ତି । ମୃତ୍ୟୁ ପରେ ବି ହୋଇଯାଇଛନ୍ତି ଅମର । ଆପଣଙ୍କୁ ଏ କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ , କିନ୍ତୁ ବାସ୍ତବରେ ଏହା ସତ । ଅଙ୍ଗଦାନ କରି ଅମର ହୋଇଯାଇଛନ୍ତି ଜଣେ ମହିଳା । ନାଗପୁରର ଶୁଭାଙ୍ଗୀ , କୌଣସି ଏକ ରୋଗରେ ନାଗପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଡାକ୍ତର ତାଙ୍କ ବ୍ରେନ ଡେଡ ହୋଇଥିବା କହିଥିଲେ । ସଙ୍ଗେ ସଙ୍ଗେ ପରିବାର ନିସ୍ପତି ନେଇଥିଲେ ଝିଅର ଅଙ୍ଗଦାନ କରିବାକୁ ।

ଯୁଦ୍ଧକାଳୀନ ସ୍ଥିତିରେ ଆରମ୍ଭ ହେଲା ଅପରେସନ । ଶୁଭାଙ୍ଗୀଙ୍କ ହାର୍ଟ କାଢି ନାଗପୁରରୁ ଏୟାରଲିଫ୍ଟ ହେଲା ପୁନେସ୍ଥିତ ଆର୍ମି ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଥୋରାସିକ ସାଇନ୍ସକୁ । ବିଲମ୍ବ ନକରି ମୃତ୍ୟୁ ସହ ସଂଘର୍ଷ କରୁଥିବା ଯବାନଙ୍କ ଛାତିରେ ସଫଳତାର ସହ ଟ୍ରାନ୍ସପ୍ଲାଣ୍ଟ ହେଲା ଶୁଭାଙ୍ଗୀଙ୍କ ହୃତପିଣ୍ଡ। ପୁରା ୯୦ମିନିଟର ଯାତ୍ରା ପରେ ପୁଣି ମରିକି ବି ଅମର ହୋଇଗଲେ ଶୁଭାଙ୍ଗୀ । ୭ଶହ କିମିରେ ଗ୍ରୀନ କରିଡର କରି ମାତ୍ର ୯୦ ମିନିଟରେ ବାୟୁସେନା ବିମାନରେ ହାର୍ଟ ଏୟାରଲିଫ୍ଟ କରାଯାଇଥିଲା । ବାୟୁସେନାର ଯବାନଙ୍କ ଦେହରେ ଟ୍ରାଂସପ୍ଲାଣ୍ଟ ହେଲା ହୃତପିଣ୍ଡ । ପରିବାର ଲୋକଙ୍କ କହିବ ଅନୁଯାୟୀ ଶୁଭାଙ୍ଗୀଙ୍କ ହାର୍ଟ ସହ ଲିଭର ଓ ଦୁଇଟି କିଡନୀ ମଧ୍ୟ ଦାନ କରାଯାଇଛି । ଶେଷରେ ଅଙ୍ଗଦାନ କରି ଅମର ହୋଇଗଲେ ଶୁଭାଙ୍ଗୀ ।