ମା’କୁ ମାରିଲା ପୁଅ !

ବାହାଘର ପାଇଁ ଝିଅ ନଖୋଜିବାରୁ ମା’କୁ ହତ୍ୟା !

ବାହାଘର ପାଇଁ ଝିଅ ଠିକ କରିପାରିଲେନି ମା, ଜୀବନ ନେଇଗଲା ପୁଅ । ଘଟଣାଟି ଅବାସ୍ତବ ଲାଗୁଥିଲେ ବି ପୁରା ସତ । ଏଭଳି ଘଟଣା ଘଟିଛି ହାଇଦ୍ରାବାଦର ସିଡିପଟ୍‌ ଜିଲ୍ଲାର ବନ୍ଦା ମାଇଆଲରମ୍‌ ଗାଁରେ । ଗତ ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସୂଚନା ଅନୁସାରେ ବିବାହ ପାଇଁ ପୁଅ ମନ ବଳାଇଥିବା ବେଳେ ମାଟ୍ରିମୋନି ସାଇଟ୍‌ରୁ କିନ୍ତୁ ଉପଯୁକ୍ତ ପାତ୍ରୀ ବାଛି ପାରିଲେନି ମା’ । ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲା ପୁଅ ଆଉ ମା’କୁ ହତ୍ୟା କରିବାକୁ ପଛାଇଲା ନାହିଁ।

ଘଟଣା ସମପରକରେ ପୋଲିସକୁ ସବିଶେଷ ସୂଚନା ଦେଇଛନ୍ତି ମୃତ ମହିଳାଙ୍କ ଝିଅ । ଯାହାକୁ ଆଧାର କରି ପୁଲିସ୍‌ ଖୋଳତାଡ଼ ଅରମ୍ଭ କରିଥିଲା। ଅଭିଯୁକ୍ତକୁ ପୋଲିସ କାବୁ କରିଥିବା ବେଳେ ଅଧିକ ଛାନ ବିନ କରୁଛି ପୋଲିସ । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ଦେଖିବାକୁ ମିଳିଛି