୭୪ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ

୧୯୫୦ରୁ ୨୦୨୩ ସଙ୍ଘର୍ଷର କାହାଣୀ ମୋଦୀ

ଆଜି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ । ୭୪ବର୍ଷରେ ପାଦ ଥାପିଛନ୍ତି ବିଶ୍ୱର ଲୋକପ୍ରିୟ ଜନନାୟକ ନରେନ୍ଦ୍ର ମୋଦି। ଦେଶଠୁ ବିଦେଶ, ସଭିଙ୍କଠୁ ଛୁଟୁଛି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ୧୯୫୦ ମସିହା ଆଜିର ତାରିଖରେ ଗୁଜରାଟ ଭାଡ଼ନଗରର ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇଥିଲେ ମୋଦି। ତାଙ୍କ ପୂରା ନାମ ନରେନ୍ଦ୍ର ଦାମୋଦର ଦାସ ମୋଦି। ତାଙ୍କ ପିଲା ଦିନ ବେଶ୍ ସଙ୍ଘର୍ଷପୂର୍ଣ୍ଣ ଥିଲା। ପ୍ରାରମ୍ଭରେ ସେ ଷ୍ଟେସନରେ ଚା’ ବିକ୍ରି କରି ବାପାଙ୍କୁ ଆର୍ଥିକ ସାହାଯ୍ୟ କରୁଥିଲେ। କିନ୍ତୁ ନିଷ୍ଠା ଓ ଲୋକସେବା ତାଙ୍କୁ ଆଜି ଆଣି ପ୍ରଧାନମନ୍ତ୍ରୀ ଆସନରେ ବସାଇପାରିଛି।ଏହି ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ନିଜକୁ ପ୍ରତିପାଦନ କରିପାରିଛନ୍ତି।

ପ୍ରତ୍ୟେକ ପରିସ୍ଥିତିକୁ ମୁକାବିଲା କରିବା, କଠୋର ନିଷ୍ପତ୍ତି ନେବା, ଘଣ୍ଟା ଘଣ୍ଟା ଧରି ସାଧାରଣ ସଭାଠୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଅଭିଭାଷଣ ରଖିବା ଓ ବିରୋଧୀଙ୍କୁ ଏକ ନିଜସ୍ୱ ଶୈଳୀରେ ମାତ୍ ଦେବା ତାଙ୍କୁ ଅନ୍ୟ ନେତାମାନଙ୍କଠାରୁ ଭିନ୍ନ କରିପାରିଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆଜି ଉଦଘାଟିତ ହେବ ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଂଟରନେସନାଲ କନଭେନସନ ଓ ଏକ୍ସପୋ ସେଂଟର ବା ୟଶଭୂମିର ପ୍ରଥମ ଅଂଶ । ସରକାର ଏହାକୁ ୫ ହଜାର ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି । ଏହି କନ୍ଭେନସନ ସେଂଟର ୮ ଦଶିମକ ୯ ବର୍ଗଫୁଟରୁ ଅଧିକ ଅଂଚଳରେ ପରିବ୍ୟାପ୍ତ । ଏହା ବିଶ୍ୱର ସବୁଠୁ ବଡ଼ ଏମ୍ଆଇସିଇ ସ୍ଥାନ ମଧ୍ୟରୁ ଅନ୍ୟତମ । ତେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କୁ ଯଯାତି ଏକ୍ସପ୍ରେସ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।