ରନୱେରେ ଲ୍ୟାଣ୍ଡିଂ ବେଳେ ଦୁଇଖଣ୍ଡ ହେଲା ବିମାନ !

ମୁମ୍ବାଇ ବିମାନବନ୍ଦରରେ ଦୁର୍ଘଟଣା !

କେବେ ଏରୋପ୍ଳେନ ଦୁର୍ଘଟଣା ଦେଖିଛନ୍ତିକି । ଏବେ ଯେଉଁ ବିମାନ ଦୁର୍ଘଟଣା କଥା କହିବୁ ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଚାର୍ଟର ପ୍ଳେନ ନିର୍ଦ୍ଦିଷ୍ଟ ସମୟରେ ଲ୍ୟାଣ୍ଡିଂ କରୁଥିଲା । ହଠାତ ବିମାନରେ ଦେଖାଗଲା ତ୍ରୁଟି । ଅବତରଣ ସମୟରେ ରନୱେରୁ ଖସିପଡ଼ିଲା ଏହି ପ୍ରାଇଭେଟ ଚାର୍ଟର ବିମାନଟି । ଆଉ ମଝିରୁ ହୋଇଗଲା ଦୁଇ ଖଣ୍ଡ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ବିମାନ ବନ୍ଦରରେ । ଡିଜିସିଏ ସୂଚନା ଅନୁସାରେ ବିଶାଖାପଟ୍ଟନମରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିବା ଭିଏସଆର୍ ବେଞ୍ଚର୍ସ ଲିୟରଜେଟ ୪୫ ବିମାନ ଭିଟି-ଡିବିଏଲ୍ ମୁମ୍ବାଇ ବିମାନ ବନ୍ଦରର ରନୱେ-୨୭ରେ ଲ୍ୟାଣ୍ଡିଂ ସମୟରେ ବାହାରକୁ ଚାଲିଯାଇଥିଲା ।

ବିମାନରେ ୬ ଯାତ୍ରୀ ଏବଂ ଦୁଇଜଣ ସଦସ୍ୟ ଥିଲେ । ଏହି ଦୁର୍ଘଟଣାରେ ମୋଟ ଆଠ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା ସେ ସମୟରେ ପ୍ରବଳ ବର୍ଷା ହେଉଥିଲା । ରନୱେ ଠିକସେ ନଦେଖା ଯିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ବିମାନଟି ଦୁଇଖଣ୍ଡ ହୋଇଯାଇଛି । ଏହି ଘଟଣା ପରେ ଯାତ୍ରୀମାନେ ବେସ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି ।