ଆସନ୍ତା ସପ୍ତାହରେ ରିପୋର୍ଟ ଦାଖଲ କରିବ ଲ କମିଶନ

ଓ୍ବାନ ନେସନ ଓ୍ବାନ ଇଲେକସନ, ଆସନ୍ତା ସପ୍ତାହରେ ରିପୋର୍ଟ

ଓ୍ବାନ ନେସନ ଓ୍ବାନ ଇଲେକସନ ପ୍ରସଙ୍ଗ । ଆସନ୍ତା ସପ୍ତାହରେ ରିପୋର୍ଟ ଦାଖଲ କରିବ ଲ କମିଶନ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହେବ ରିପୋର୍ଟ । ଓ୍ବାନ ନେସନ ଓ୍ବାନ ଇଲେକସନ ଲାଗି ସାମ୍ବିଧାନିକ ସଂଶୋଧନ ସବୁଠାରୁ କଷ୍ଟସାଧ୍ଯ ପ୍ରକ୍ରିୟା ବୋଲି କମିଶନ ବିଚାର କରିଥିବା କୁହାଯାଇଛି । ତେବେ ଯେଉଁ ସବୁ ପ୍ରତିବନ୍ଧକ ଆସିବ ସେସବୁର ସମାଧାନ ଲାଗି ଦୃଷ୍ଟି ଦିଆଯାଇଥିବା ସୂଚନା ମିଳିଛି । ଓ୍ବାନ ନେସନ ଓ୍ବାନ ଇଲେକସନ କମିଟିର ନେତୃତ୍ବ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା ଏହି କମିଟି । ସାରା ଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଂଗରେ କରିବା ଲାଗି ଏହି କମିଶନ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରୁଛି । ଯଦି ଏକ ସମୟରେ ନିର୍ବାଚନ କରାଯାଏ ତେବେ ପ୍ରାୟ ୧୮ଟି ରାଜ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି । ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ଲାଗି ୧୯୮୩ରେ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ ।