ଆଫଗାନିସ୍ତାନରେ ହୋଇନାହିଁ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ

ଆଫଗାନିସ୍ତାନରେ ହୋଇନାହିଁ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ

ଆଫଗାନିସ୍ତାନର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଭାରତର ନଥିବା ସ୍ପଷ୍ଟ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବଦଖଶାନ ପ୍ରୋଭିନ୍ସର ପାର୍ବତ୍ୟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଆଫଗାନ ଗଣମାଧ୍ୟମର ରିପୋର୍ଟ ମୁତାବକ ବିମାନଟି ଭୁଲ ମାର୍ଗରେ ଯାଉଥିବା ବେଳେ ଶନିବାର ରାତିରେ ବଦଶୁଖର ଜେବକ ଜିଲ୍ଲାର ଏକ ପାହାଡ ସହ ଧକ୍କା ହୋଇଥିଲା । ପ୍ରଥମେ ଏହା ଭାରତୀୟ ବିମାନ ବୋଲି କୁହାଯାଉଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହା ଭାରତର ନୁହେଁ ବୋଲି ସ୍ପଷ୍ଟ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ର ସୂଚନା ମୁତାବକ ଏହା ଭାରତୀୟ ବିମାନ ନୁହେଁ କି ଭାରତର କୌଣସି ଚାଟାର୍ଡ ବିମାନ ମଧ୍ୟ ନୁହେଁ । ଏହା ପୂର୍ବରୁ ଆଫଗାନିସ୍ତାନ ଗଣମାଧ୍ୟମ ପ୍ରଚାର କରିଥିଲା କି, ଏହା ଭାରତୀୟ ବିମାନ ବୋଲି । ବଦଶୁଖ ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ପ୍ରମୁଖ ଜବିହୁଲ୍ଲାହ ଅମିର କହିଛନ୍ତି କି ବଦଶୁଖ ଅଞ୍ଚଳରେ ଥିବା କୁରାନ-ମୁଞ୍ଜନ ଓ ଜେବକ ଜିଲଊ୍ଲା ସହ ଜଡିତ ତୋପଖାନା ପାହାଡରେ ଏହି ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେପଟେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରବିବାର ସକାଳେ ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।