ଅନ୍ତିମ ଦିନର ମୁଖ୍ୟ ପ୍ରସଙ୍ଗ ୱାନ୍ ଫ୍ୟୁଚର !
ଦୁଇ ଦିନ ଧରି ଆୟୋଜିତ ହୋଇଥିବା G-20 ଶିଖର ସମ୍ମିଳନୀର ଆଜି ହେଉଛି ଅନ୍ତିମ ଦିନ । ଦିଲ୍ଲୀରେ ଚାଲିଥିବା ଏହି ଶିଖର ସମ୍ମିଳନୀରେ ବହୁ ରାଷ୍ଟ୍ରନେତାଙ୍କୁ ଦେଖିବାକୁ ମିଳିଥିଲା । କିପରି ସଭିଙ୍କ ଭିତରେ ଭାଇଚାରାର କଥା ପ୍ରତିରୋପଣ କରାଯାଇପାରିବ ସେନେଇ ଭାରତ ତାର ମତ ରଖିଥିବା ବେଳେ ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ହେବ ସବିଶେଷ ଆଲୋଚନା ।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯ଟା ବେଳେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ବିଶ୍ୱନେତା ଓ ପ୍ରତିନିଧି ମଣ୍ଡଳୀ ପୁଷ୍ପମାଲ୍ୟ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି G-20 ଶିଖର ସମ୍ମିଳନୀ ଭାରତକୁ ଏକ ନୂଆ ଧାରା ଦେଖାଇବା ସହ ଶୀର୍ଷରେ ପହଞ୍ଚାଇ ପାରିବ ଏଥିରେ ତିଳେହେଁ ସନ୍ଦେହ ନାହିଁ । ତେବେ ଅପେକ୍ଷା ଆଜିର ଶେଷ ଦିନରେ କେଉଁ କେଉଁ କଥା ଉପରେ ମୋହର ମାରୁଛନ୍ତି ରାଷ୍ଟ୍ର ସମୁଦାୟ।