ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗ, ବିଚାର କରିବେ ୫ଜଣିଆ ଖଣ୍ଡପୀଠ

ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆସିଲା ଗୁରୁତ୍ବପୂର୍ଣ ନିଷ୍ପତ୍ତି, ୫ଜଣିଆ ଖଣ୍ଡପୀଠକୁ ମାମଲା ପଠାଇଲେ ସୁପ୍ରିମ କୋର୍ଟ । ତେବେ ବହୁ ଚର୍ଚିତ ଅଧିକାରୀଙ୍କ ଉପରେ ନିୟନ୍ତ୍ରଣ ସହ ସମ୍ବନ୍ଧିତ କେନ୍ଦ୍ରର ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏବେ ୫ ଜଜ ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ଵ ତଥା ସ୍ପଷ୍ଟତା ପାଇଁ ଏହା ଦୀର୍ଘକାଳୀନ ଶୁଣାଣି ଉପରେ ଆଧାରିତ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ଯାହାଫଳରେ ସ୍ପଷ୍ଟ ହେବ ଯେ ସେବାଗୁଡ଼ିକୁ ଅଧ୍ୟାଦେଶ ଜରିଆରେ ଦିଲ୍ଲୀ ବିଧାନସଭା ସୀମାରୁ ବାହାର କରିବା ଠିକ୍ କି ଭୁଲ । ଦିଲ୍ଲୀ ଉପରାଜ୍ୟପାଳଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି ଯେ ସଂସଦରେ ବିଲ୍ ପାରିତ ହେବା ପରେ ଅଧ୍ୟାଦେଶ ମାମଲା ଉପରେ ବିଚାର କରିବାର ଆବଶ୍ୟକତା ରହିବ ନାହିଁ ।

ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାର ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ସମ୍ବନ୍ଧିତ ଏହି ଅଧ୍ୟାଦେଶକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ । ଯାହାର ଶୁଣାଣି ଆଜି ହୋଇଥିବା ବେଳେ ୫ଜଣିଆ ଖଣ୍ଡପୀଠକୁ ମାମଲା ପଠାଇଛନ୍ତି ସୁପ୍ରିମ କୋର୍ଟ । ତେବେ ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ତରଫରୁ ଓକିଲ ଅଭିଷେକ ମନୁ ସିଂଘଭି ପକ୍ଷ ରଖୁଥିବା ବେଳେ ଦିଲ୍ଲୀ ଉପରାଜ୍ୟପାଳଙ୍କ ପକ୍ଷରୁ ମତ ରଖିଛନ୍ତି ବରିଷ୍ଠ ଓକିଲ ହରିଶ ସାଲଭେ ।