କ୍ରେନ ଖସି ଚାଲିଗଲା ୧୬ ଶ୍ରମିକଙ୍କ ଜୀବନ

ମହାରାଷ୍ଟ୍ରରେ ମୃତ୍ୟୁର ତାଣ୍ଡବ !

ମୃତ୍ୟୁ….କେତେବେଳେ ଓ କେଉଁଠିବି ଆସିପାରେ। ହଠାତ ଉପରେ ଖସିପଡିଲା କାଳରୂପୀ କ୍ରେନ ଆଉ କିଛି ଭାବିବା ଆଗରୁ ଚାଲିଗଲା ୧୬ ନିରୀହ ଜୀବନ । ଘଟଣାଟି ବିଶ୍ବାସ ହେଉନଥିଲେ ବି କଥାଟି ସତ । ଏଭଳି ହରୁଆୟା ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ର ଥାନେ ଜିଲ୍ଲାରେ । ଥାନେ ଜିଲ୍ଲା ଶାହାପୁର ଠାରେ ହାଇଓ୍ବେ ନିର୍ମାଣ ବେଳେ ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି । ପୋଲ କାର୍ଯ୍ୟ ଚାଲିଥିବା ବେଳେ ଶହେ ଫୁଟ ଉପରୁ ଗ୍ରିଡର ମେସିନ ଖସି ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ରାଜ୍ୟ ସଡ଼କ ନିଗମ ପକ୍ଷରୁ ମୁମ୍ବାଇରୁ ନାଗପୁରକୁ ସଂଯୋଗ କରୁଥିବା ଏହି ୭୦୧ କିମି ଲମ୍ବର ହାଇଓ୍ବେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏପରି ଦୁର୍ଘଟଣା ସଭିଙ୍କୁ ସ୍ତବ୍ଧ କରିଦେଇଛି ।

ଏବେ ବି କେତେଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ବିଳମ୍ବିତ ରାତିରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳ ଗ୍ରିଡର ମେସିନ ସହ କ୍ରେନ ଓ ସ୍ଲାବ ଖସିପଡ଼ିଥିଲା। ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉଜଣଙ୍କ ଜୀବନ ଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ଓ NDRF ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଲେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିପରି ଏତେବଡ ଅଘଟଣ ଘଟିଲା ଏବଂ ଏଥିପାଇଁ ଦାୟୀ କିଏ ରହିବ ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ।