ଆରମ୍ଭ ହେଲା କାଉଣ୍ଟଡାଉନ, ଜହ୍ନରେ ପାଦ ଥାପିବ ଚନ୍ଦ୍ରାୟନ-3 !

୫ଟା ୪୫ରୁ ଆରମ୍ଭ ହେବ ଲ୍ୟାଣ୍ଡିଂ ପ୍ରକ୍ରିୟା !

ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ଆରମ୍ଭ ହୋଇସାରିଲାଣି କାଉଣ୍ଟଡାଉନ । ଇସ୍ରୋ ପକ୍ଷରୁ ଦିଆଯାଇଥିବା ଭାରତୀୟ ସମୟ ସନ୍ଧ୍ୟା ୬ଟା ବାଜି ୪ ମିନିଟ୍ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଭାରତର ଚନ୍ଦ୍ରଯାନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ । ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂକୁ ଉତ୍ସୁକତାର ସହ ଅପେକ୍ଷା କରିଛି ସାରା ବିଶ୍ୱ । କିଭଳି ସଫଳତାର ସହ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ତାହାକୁ ନେଇ ଦେଶବାସୀ ବେସ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସଭିଙ୍କ ମୁହଁର ଜୟ ବିଜ୍ଞାନ ଜୟ ବିଜ୍ଞାନର ନାରା । ଏବେ ସୁଦ୍ଧା ସବୁ ଠିକ୍ ଠାକ ରହିଥିବା ବେଳେ ଚନ୍ଦ୍ରଯାନର ପ୍ରତିଟି ଗିତିବିଧି ଉପରେ ନଜର ରଖିଛି ଇସ୍ରୋ ।

ଯଦି ସବୁ କିଛି ଠିକ୍ ଚାଲେ ତେବେ ସନ୍ଧ୍ୟା ୬ଟା ବାଜି ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ଏହି ସମୟରେ ଚନ୍ଦ୍ରଯାନକୁ ଇସ୍ରୋ ପକ୍ଷରୁ କୌଣସି କମାଣ୍ଡ ଦିଆଯାଇପାରିବ ନାହିଁ । ଏହି ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଲ୍ୟାଣ୍ଡରକୁ ପାରିପାଶ୍ୱିର୍କ ସ୍ଥିତି ଦେଖି ଲ୍ୟାଣ୍ଡ କରିବାକୁ ହେବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରଯାନ-୩ର ଅବତରଣକୁ ସ୍ଥଗିତ କରାଯାଇ ଏହି ପ୍ରକ୍ରିୟାକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଅଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଯଦି ସବୁ ଠିକ୍ ଠାକ୍ ରୁହେ ତେବେ ଅବତରଣ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ।