ଭିଆଇପି ଆସନରେ ହାରିଲେ ମୁଖ୍ୟମନ୍ତ୍ରୀ

ହାରିଲେ ମୁଖ୍ୟମନ୍ତ୍ରୀ, କାମାରେଡି ଆସନରୁ ଜିତିଲେ କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀ

ନିଜ ଗଡ଼ରେ ହାରିଲେ ମୁଖ୍ୟମନ୍ତ୍ରୀ। ଦୀର୍ଘ ୨ ଟର୍ମ ଧରି ଶାସନ କରିଆସୁଥିବା ବିଆରଏସର ଏଥର ପରାଜୟ ହୋଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ର ଟ୍ରେଣ୍ଡରେ କଂଗ୍ରେସ ସବୁଠୁ ବଡ ଦଳ ଭାବରେ ଉଭା ହୋଇଛି ଏବଂ ରାଜ୍ୟରେ ସରକାର ଗଠନ ଦିଗରେ ଆଗରେ ଅଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି ସଭାପତି କେ, ଚନ୍ଦ୍ରଶେଖର ରାଓଙ୍କୁ ଏଥର ଏକ ବଡ଼ ଝଟକା ଲାଗିଛି। ଏଥି ସହିତ ଗତ ଥର ତୁଳନାରେ ବିଜେପି ଏଥର ଲାଭବାନ ହେଉଥିବା ଜଣାପଡିଛି। ରାଜ୍ୟର କାମାରେଡି ବିଧାନସଭା ଆସନରେ ଏକ ବିରାଟ ଓଲଟପାଲଟ ଦେଖିବାକୁ ମିଳିଛି। ତେଲଙ୍ଗାନାରେ ପ୍ରଥମ ଥର ପାଇଁ କଂଗ୍ରେସ ସମସ୍ତ ଦଳକୁ ପଛରେ ପକାଇ କ୍ଷମତା ହାସଲ କରିଛି। ଭିଆଇପି ସିଟ୍ କାମାରେଡି ଆସନରୁ କେସିଆର ଏବଂ ତେଲେଙ୍ଗାନା କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କାଟିପାଲୀ ଭେଙ୍କଟ ରମଣ ରେଡ୍ଡୀ ଦୁଇ ବଡ ଚେହେରା କେସିଆର ଏବଂ ରେଭନ୍ତ ରେଡ୍ଡୀଙ୍କୁ ଏହି ଆସନରେ ପରାଜୟର ସ୍ୱାଦ ଚଖାଇଛନ୍ତି। ଗୋଟିଏ ପଟେ ରାଜ୍ୟରେ କଂଗ୍ରେସ ଲହର ବିଆରଏସକୁ ପୋଛି ଦେଇଥିବା ବେଳେ ଅନ୍ୟ ପଟେ ବିଜେପି ଏହି ଆସନରେ ଜିତି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ରାଜ୍ୟରେ କଂଗ୍ରେସର ବିଜୟର ଶ୍ରେୟ ରେଭନ୍ତ ରେଡ୍ଡୀଙ୍କୁ ଯାଉଛି। ସେ କାମାରେଡି ଆସନରୁ ​​ହାରିଥିଲେ ମଧ୍ୟ କୋଡାଙ୍ଗାଲ ବିଧାନସଭା ଆସନରୁ ଜିତିଥିଲେ।