ଜୀବନ-ମୃତ୍ୟୁର ମହାସଂଗ୍ରାମ !

ବିତିଲାଣି ଆଠଦିନ, ଏବେବି ଟନେଲ ଭିତରେ ୪୧ଜୀବନ!

ଜୀବନ ସହ ଚାଲିଛି ମହାସଂଗ୍ରାମ । ମୃତ୍ୟୁକୁ ଖୁବ୍ ନିକଟରେ ଦେଖୁଛନ୍ତି ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକ । ଟନେଲ ଭୁଶୁଡିବା ଘଟଣାକୁ ବିତିଲାଣି ଆଠ ଦିନ। ଏବେ ମଧ୍ୟ ଫସି ରହିଛନ୍ତି ୪୧ ଜଣ ଶ୍ରମିକ। କିପରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ସେଥିପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ଉଦ୍ଧାରକାରୀ ଟିମ୍। ଖାଦ୍ୟ, ପାନୀୟ ଓ ଅମ୍ଳଜାନ ପଠାଯିବା ସହ ଶ୍ରମିକମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି। ଉଦ୍ଧାରକାର୍ଯ୍ୟକୁ ଆଉ ୪ରୁ ୫ ଦିନ ଲାଗିପାରେ ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ।

ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଅଧିକାରୀମାନେ ଆଜି ପାହାଡର ଶିଖରରୁ ଏକ ଭୂଲମ୍ବ ଗର୍ତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରୁ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରିଲିଂ ମେସିନ୍ ଅଣାଯିବା ପରେ ଗତକାଲି ସନ୍ଧ୍ୟାରୁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଯାହାକୁ ନେଇ ଏବେ ଫସିଥିବା ଶ୍ରମିକ ତଥା ଶ୍ରମିକଙ୍କ ପରିବାର ବିବ୍ରତ ଥିବା ଦେଖିବାକୁ ମିଳିଛି । କିପରି ଉଦ୍ଧାର କାର୍ଯ୍ୟ ତୁରନ୍ତ ସରିବ ସେନେଇ ପ୍ରଶାସନ ବେଶ୍ ତତ୍ପର ଥିବା ମଧ୍ୟ ଦେଖିବାକୁ ମିଳିଛି।