ରାହୁଲଙ୍କୁ ବିବାହ କରିବାକୁ ରାଜି ହେଲେ ଅଭିନେତ୍ରୀ !

ପୁଅ ପାଇଁ ଆସିଛି ବିବାହ ପ୍ରସ୍ତାବ : ସୋନିଆ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଖବର ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଛି । କ୍ବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହ ହେବ ସେନେଇ ରାହୁଲଙ୍କୁ ଭଲ ପାଉଥିବା ପ୍ୟାନ୍ସ ମାନଙ୍କ ମନରେ ଏ ପ୍ରଶ୍ନ ବାରମ୍ବାର ଆସୁଛି । ତେବେ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ବଢାଇଲାଣି । ପୁଅ ପାଇଁ ପ୍ରସ୍ତାବ ଆସିଥିବା କହିଛନ୍ତି ସୋନିଆ ଗାନ୍ଧୀ । ଜଣେ ବଲିଉଡ୍ ଅଭିନେତ୍ରୀ ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ରାଜି ହୋଇଥିବା ନେଇ ସେ କହିଥିବା ଦେଖିବାକୁ ମିଳିଛି।

ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଶର୍ଲିନ୍ ଚୋପ୍ରା ଆଉ ସେ ରାହୁଲଙ୍କୁ ବିବାହ କରିବାକୁ ରାଜି ହୋଇଛନ୍ତି । ନିକଟରେ ମୁମ୍ବାଇରରେ ନିଜ ଫ୍ୟାନ୍ସଙ୍କ ସହ ସେଲ୍ଫି ନେଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ ବିବାହ ନେଇ ପ୍ରଶ୍ନ କରିଥିଲେ। ଆଉ ଏହାର ଉତ୍ତର ଏବାକୁ ଯାଇ ଶର୍ଲିନ୍ ମଧ୍ୟ ହଁ ଭରିଥିଲେ । ଏହା ସହ ସେ ସର୍ତ୍ତ ମଧ୍ୟ ରଖିଥିଲେ କି ବିବାହ ପରେ ନିଜ ସାଙ୍ଗିଆ ଅର୍ଥାତ୍ ଟାଇଟଲ୍ ପରିବର୍ତ୍ତନ କରିବାକୁ ଚାହିଁବିନି।’ ଏହି ସର୍ତ୍ତରେ ରାଜି ହେଲେ ରାହୁଲଙ୍କୁ ଏ ବିବାହ କରିବାରେ କୌଣସି ଆପତ୍ତି ନଥିବା କହିଛନ୍ତି ଶର୍ଲିନ। ଯାହା ଏବେ ସୋସିଆଲ ମିଡିଆରେ ବେସ ଟ୍ରେଣ୍ଡ କରୁଛି ।