ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି

ବିଜୟ ହେବେ ଟିଭିକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି ମାରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାମିଲ ସୁପରଷ୍ଟାର ବିଜୟ । ଏକାକୀ ଲଢ଼ିବ ବିଜୟଙ୍କ ଦଳ TVK । ପୂର୍ବରୁ ଅନେକ ସାଉଥ ସୁପରଷ୍ଟାର ରାଜନୀତିକୁ ଏଣ୍ଟ୍ରି ମାରିସାରିଛନ୍ତି । ପୱନ କଲ୍ୟାଣ ଆନ୍ଧ୍ରର ଡେପୁଟି ସିଏମ୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଏଥିସହ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଦଳ ଏକାକୀ ଲଢିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ବିଜୟ କହିଛନ୍ତି ଯେ, ୨୦୨୬ ତାମିଲନାଡୁ ନିର୍ବାଚନରେ ତାଙ୍କ ଦଳ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଡିଏମକେ କିମ୍ବା ବିଜେପି ସହିତ ମେଣ୍ଟ କରିବ ନାହିଁ। ସେ ଆହୁରି କହିଛନ୍ତି, ବିଜେପି କେବେବି ତାମିଲନାଡୁରେ ବଢିପାରିବ ନାହିଁ।