ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ

ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ୨ ଯବାନ ସହିଦ, ୩ ଆହତ

ଜମ୍ମୁକାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ । ଆତଙ୍କବାଦୀ ବିରୋଧୀଙ୍କ ସହ ଗୁଳିବିନିମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଅଞ୍ଚଳକୁ ଘେରାବନ୍ଦୀ କରି ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି । ଗାଗରମାଣ୍ଡୁ ଜଙ୍ଗଲରେ ଜୈସ ଏ ମହମ୍ମଦ ସଙ୍ଗଠନର ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା । ଭାରତୀୟ ସେନା, ଜମ୍ମୁକାଶ୍ମୀର ପୁଲିସ ଓ ସିଆରପିଏଫର ମିଳିତ ଟିମ ଜଙ୍ଗଲରେ ପ୍ରବେଶ କରି ଆରମ୍ଭ କରିଥିଲେ ଆତଙ୍କବାଦୀ ସଫେଇ ଅଭିଯାନ। ଜଙ୍ଗଲରେ ସେନାକୁ ଦେଖିବା ପରେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ, ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ଆତଙ୍କୀଙ୍କ ଗୁଳି ମାଡ଼ରେ ୨ ଯବାନ ସହିଦ ଓ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏବେ ବି ଗାଗରମାଣ୍ଡୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave a Reply

Your email address will not be published. Required fields are marked *