ଭୟଙ୍କର ବାଣ ବିସ୍ଫୋରଣ ନେଲା ୮ଜୀବନ !

ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ବିସ୍ଫୋରଣ !

ପଶ୍ଚିମବଙ୍ଗରେ ଭୟଙ୍କର ଦୁର୍ଘଟଣା । ବାଣ କାରଖାନାରେ ହେଲା ଭୟଙ୍କର ବିସ୍ଫୋରଣ। ଘଟଣାସ୍ଥଳରେ ଚାଲିଗଲା ୮ଜଣଙ୍କ ଜୀବନ । ଏଭଳି ଭୟଙ୍କର ବିସ୍ଫୋରଣ ଘଟିଛି ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲା ନିଲଗଞ୍ଜ ଗ୍ରାମରେ। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ସମୟରେ ଫ୍ୟାକ୍ଟ୍ରିରେ ଅନେକ କର୍ମଚାରୀ ଥିଲେ। କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଆଖିରେ ନଦେଖିଲେ ବିଶ୍ବାସ ହେବନି ।

ଏମିତିକି ବିସ୍ଫୋରଣରେ କାରଖାନାର ଛାତ ଉଡିଯାଇଛି । ଖବର ପାଇ ଘଟଣାସ୍ଥଳର ପହଞ୍ଚିଥିଲେ ଉଦ୍ଧାରକାରୀ ଟିମ୍ । ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୧୨ରୁ ଊର୍ଦ୍ଧ୍ଵ ଗୁରୁତର ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବ ଅନୁସାରେ ଏହି ଘରେ ବେଆଇନ ବାଣ କାରଖାନା ଚାଲିଥିଲା । ଯାହାକୁ ନେଇ ସ୍ଥାନିୟରେ ବହୁବାର ପ୍ରତିବାଦ ଦେଖିବାକୁ ମିଳିଛି ।