ଇଡିରେ ହାଜର ହେଲେ ତେଜସ୍ୱୀ ଯାଦବ

ଇଡି ଅଫିସରେ ତେଜସ୍ୱୀ ଯାଦବ

ଇଡି ଅଫିସରେ ତେଜସ୍ୱୀ ଯାଦବ । ପାଟନା ସ୍ଥିତ ଇଡି ଅଫିସରେ ତେଜସ୍ୱୀଙ୍କୁ ପଚରାଉଚରା କରୁଛି ଇଡି । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ହାଜର ହୋଇଛନ୍ତି ତେଜସ୍ୱୀ ଯାଦବ । ସମନକୁ ବିରୋଧ କରି ଆରଜେଡି ସମର୍ଥକ ପ୍ରତିବାଦ କରିଛନ୍ତି । ଗତକାଲି ଇଡି ଲାଲୁ ପ୍ରସାଦ ଯାଦବଙ୍କୁ ୧୦ଘଣ୍ଟା ଜେରା କରିଥିଲା । ବିହାର ମେଣ୍ଟ ଭାଙ୍ଗିବା ପରେ ହଲଚଲ ଦେଖିବାକୁ ମିଳିଛି । ଗତକାଲି ଏହି ମାମଲାରେ ଇଡିରେ ହାଜର ହୋଇଥିଲେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ପାଟନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରେ ହାଜର ହେବା ପରେ ତାଙ୍କୁ ମାରାଥନ ଜେରା କରାଯାଇଥିଲା । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲା ତଦନ୍ତକାରୀ ସଂସ୍ଥା । ୧୦ଘଣ୍ଟା ଧରି ଲାଲୁଙ୍କୁ ପ୍ରାୟ ୭୦ଟି ପ୍ରଶ୍ନ ପଚରାଯାଇଛି । ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଗଠନର ଗୋଟିଏ ଦିନ ପରେ ଇଡି ତେଜସ୍ୱୀ ଯାଦବଙ୍କୁ ତଦନ୍ତ ନୋଟିସ ଦେଇଛନ୍ତି। ଲ୍ୟାଣ୍ଡ ଫର ଜବ୍‌ ମାମଲାରେ, ଜାନୁଆରୀ ୧୯ରେ ଇଡି ଏକ ନୋଟିସ ପଠାଇ ଜାନୁଆରୀ ୨୯ ରେ ତେଜସ୍ବୀ ଯାଦବ ଏବଂ ଜାନୁଆରୀ ୩୦ ରେ ଲାଲୁ ଯାଦବଙ୍କୁ ପଚରାଉଚରା ପାଇଁ ଡାକିଥିଲେ।