ଧୋଇଦେଲା ଟିମ ଇଣ୍ଡିଆ, ପାକିସ୍ତାନ ବିପକ୍ଷରେ ୩୫୭ ଟାର୍ଗେଟ

ବିରାଟ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ

ପାକିସ୍ତାନକୁ ଧୋଇଦେଲା ଟିମ ଇଣ୍ଡିଆ । ବର୍ଷା ପରେ ସତେ ଯେମିତି ବୁଷ୍ଟର ଡୋଜ ନେଇ କ୍ରିକେଟ ମଇଦାନକୁ ଓହ୍ଲାଇଥିଲେ ବିରାଟ ଏବଂ ରାହୁଲ । ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଚମତ୍କାର ବ୍ୟାଟିଂ କରି ୩୫୬ରନର ବିଶାଳ ସ୍କୋର କରିଛି । ବିରାଟ କୋହଲି ଏବଂ କେଏକଲ ରାହୁଲଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ୍ ବିନିମୟରେ ୩୫୬ ରନ୍ କରିଛି । ଶ୍ରୀଲଙ୍କାର କଲୋମ୍ବରେ ଚାଲିଥିବା ଏହି ମ୍ୟାଚ ଆୟୋଜିତ ହୋଇଥିବା ବେଳେ ବର୍ଷା ଯୋଗୁଁ ଗତକାଲି ମ୍ଯାଚଟି ସ୍ଥଗିତ ହୋଇଥିଲା ଆଜି ପୁଣି ମଇଦାନକୁ ଫେରି ଭରତ ବ୍ୟାଟିଂ ଆରମ୍ଭ କରିଥିଲା । ଆଉ ଫଳରେ ୩୫୬ରନ ସଂଗ୍ରହ କରିଛି ଏବେ ପାକିସ୍ତାନକୁ ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ଓଭରରେ ୩୫୭ ରନ୍ କରିବାକୁ ହେବ । ତେବେ ଆଜିର ଏହି ମ୍ୟାଚ୍ ରିଜର୍ଭ ଡେ ରେ ଚାଲିଛି । ଗତକାଲି ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ଭାରତୀୟ ସ୍କୋର ୧୪୭/୨ ଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଥିଲା ।

ଆଜିର ମ୍ଯାଚରେ ବିରାଟ କୋହଲି ଏବଂ କେଏଲ୍ ରାହୁଲ କ୍ରୀଜରେ ଥିଲେ । ଆଜି ଅପରାହ୍ନ ୪ଟା ୪୦ରେ ଖେଳ ୨୪.୧ ଓଭରରୁ ଖେଳ ଆରମ୍ଭ ହୋଇଥିଲା । ବିରାଟ ଏବଂ ରାହୁଲ ଖେଳ ଜାରି ରଖିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ଅପରାଜିତ ରହି ଦଳୀୟ ସ୍କୋରକୁ ୩୫୬ରେ ପହଞ୍ଚାଇଛନ୍ତି । ଖାଲି ସେତିକି ନୁହେଁ ବିରାଟ କୋହଲି ଆଜି ସବୁଠୁ ଦ୍ରୁତତମ ଦିନିକିଆ ୧୩୦୦୦ ସ୍କୋର ପୂରଣ କରିଛନ୍ତି । ଏଥିସହିତ ବିରାଟଙ୍କର ଏହା ୪୭ତମ ଶତକ ଅଟେ । ବିରାଟ କୋହଲି ୯୪ଟି ବଲରେ ୧୨୨ ରନ୍ କରିଥିବା ବେଳେ ରାହୁଲ ୧୦୬ ଟି ବଲରେ ୧୧୧ ରନ୍ କରିଛନ୍ତି । ଦୁହିଁଙ୍କ ଶତକ ଭାରତକୁ ଏକ ନୂଆ ଦିଶା ଦେଖାଇଥିବା ବେଳେ ପାକିସ୍ତାନକୁ ଏକ ବଡ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି ।