ଲୋକସଭା ଟିକେଟ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା ଉଦ୍ୟମ

ମିଳିଲାନି ଟିକେଟ, ବିଷ ପିଇଲେ ଏମପି

ମିଳିଲାନି ଟିକେଟ, ବିଷ ପିଇଲେ ଏମପି । ଲୋକସଭା ଟିକେଟ ନ ମିଳିବାରୁ ଜଣେ ସାଂସଦ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଲିକାରେ ନାଁ ନଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି କାଣ୍ଡ ଭିଆଇଥିବା କୁହାଯାଉଛି । ଏପରି ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁରେ। କୀଟନାଶକ ପିଇ ଏ. ଗଣେଶମୂର୍ତ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ସେ ଏମଡିଏମକେ ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।ଏହାକୁ ନେଇ ଗତ କିଛି ଦିନ ହେଲା ସେ ମାନସିକ ଅବସାଦରେ ରହୁଥିଲେ। ତେବେ ଗତକାଲି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାଣିରେ କୀଟନାଶକ ମିଶାଇ ପିଇ ଦେଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କୋଏମ୍ବଟୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ. ଗଣେଶମୂର୍ତ୍ତିଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଖବର ମିଳିବା ପରେ ତାମିଲନାଡ଼ୁ ସରକାରର ବହୁ ମନ୍ତ୍ରୀ, ବିଜେପି ନେତା ପ୍ରମୁଖ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।