ପଶ୍ଚିମବଙ୍ଗରେ ଫେକ୍‌ ଭୋଟର, CEOଙ୍କୁ ରିପୋର୍ଟ ଦେଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗରେ ୧୭ ଲକ୍ଷ ଫେକ୍‌ ଭୋଟର: ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗରେ ଅଛନ୍ତି ୧୭ ଲକ୍ଷ ଫେକ୍‌ ଭୋଟର। ଖୋଦ୍‌ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ବୁଧବାର ପଶ୍ଚିମବଙ୍ଗର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ପ୍ରାୟ ୧୭ ଲକ୍ଷ ଫେକ୍‌ ଭୋଟର ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି। ବୁଧବାର ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୨୪ଟି ବ୍ୟାଗ୍‌ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍‌କୁ ଯାଇଥିଲେ । ଏହି ୨୪ଟି ବ୍ୟାଗ୍‌ରେ ଫେକ୍‌ ଭୋଟରଙ୍କ ତାଲିକା ରହିଥିଲା। ପଶ୍ଚିମବଙ୍ଗରେ ବିଜେପି ୧୬ ଲକ୍ଷ ୯୧ ହଜାର ୧୩୨ ଫେକ୍‌ ଭୋଟରଙ୍କୁ ଚିହ୍ନଟ କରିଛି ବୋଲି ସେ CEOଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ତାଲିକାରେ ମୃତ୍ୟୁବରଣ କରିସାରିଥିବା ଭୋଟରଙ୍କ ନାମ ଏବଂ ଯେଉଁ ଭୋଟର ଅନ୍ୟ ସ୍ଥାନକୁ ଯାଇସାରିଛନ୍ତି ସେମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେହିପରି ଏହି ତାଲିକାରେ ଜଣେ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ରହିଥିବା ମଧ୍ୟ ଦେଖିବାକୁ ମିଳିଛି ବୋଲି CEOଙ୍କ ନିକଟରେ ଦାବି କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଟିଏମ୍‌ସି ପାଇଥିବା ଭୋଟ୍‌ ମଧ୍ୟରେ ଅନ୍ତର ମଧ୍ୟ ୧୭ ଲକ୍ଷ ରହିଥିଲା। ତେବେ ଏହି ଅନ୍ତର ଫେକ୍‌ ଭୋଟରଙ୍କ ପାଇଁ ହୋଇଥିଲା ବୋଲି ସେ ଦାବି କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୪ ହଜାର ୨୬୭ ପୃଷ୍ଠାର ଏକ ଡକ୍ୟୁମେଣ୍ଟ ଦାଖଲ କରିବା ସହ ଏହି ସମସ୍ତ ତଥ୍ୟକୁ ଏକ ପେନ୍‌ ଡ୍ରାଇଭ୍‌ରେ ଦେଇଛନ୍ତି।