ବିଆରଏସ ନେତ୍ରୀ କେ.କବିତାଙ୍କୁ ଝଟକା

କେ.କବିତା ଗିରଫ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କୁ ଝଟକା। ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ। ନିମ୍ନକୋର୍ଟକୁ ଯିବା ଲାଗି ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କୋର୍ଟ କହିଛନ୍ତି- ସମ୍ବିଧାନର ଧାରା ୩୨ ଅନୁସାରେ ରିଲିଫ ପିଟିସନକୁ ଗ୍ରହଣ କରିପାରିବେ ନାହିଁ ଅଦାଲତ। କବିତାଙ୍କ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଏମଏମ ସୁନ୍ଦରେଶ ଓ ବେଳା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ। ଗିରଫ ବିରୋଧରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତା ସୁପ୍ରିମକୋର୍ଟଙ୍କ ହୋଇଥିଲେ ଦ୍ୱାରସ୍ଥ। ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ବିନା କାରଣରେ ଗିରଫ କରାଯାଇଛି ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଥିଲେ କବିତା ।