ବିବାଦୀୟ ଟିପ୍ପଣୀକୁ ନେଇ ଅଡୁଆରେ ଉଦୟନିଧି ଷ୍ଟାଲିନ୍

ସୁପ୍ରିମକୋର୍ଟରୁ ଜୁନିଅର ଷ୍ଟାଲିନ୍ ଙ୍କୁ ନୋଟିସ୍

ସନାତନ ଧର୍ମ ଉପରେ ବିବାଦୀୟ ଟିପ୍ପଣୀକୁ ନେଇ ଅଡୁଆରେ ଜୁନିଅର ଷ୍ଟାଲିନ୍ । ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଙ୍କୁ ସୁପ୍ରିମକୋର୍ଟରୁ ନୋଟିସ୍ । ସନାତନ ଧର୍ମକୁ ନେଇ ଷ୍ଟାଲିନ କିଛି ଦିନ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ସନାତନ ଧମର୍କୁ ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରିବା ସହ ଦେଶରୁ ଏହା ମୂଳପୋଛର ଆବଶ୍ୟକତା ଥିବା କଥା କହିଥିଲେ । ଏହାର କିଛି ଦିନ ନପୁରୁଣୁ ଡିଏମକେ ସାଂସଦ ଏ ରାଜା ମଧ୍ୟ ସନାତନ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ସନାତନ ଧର୍ମ ଉପରେ ଉଦୟନିଧିଙ୍କ ଟପ୍ପଣୀକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେବା ସହ ରାଜନୀତି ଜୋର ଧରିଥିଲା । ଉଦୟନିଧି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ମୋର ଟିପ୍ପଣୀକୁ ବିଜେପି ଜାଣିଶୁଣି ଏପରି ବିଭ୍ରାନ୍ତି କରୁଛି ।