ବିଷ ବଳୟରେ ଦେଶର ରାଜଧାନୀ

ଦିଲ୍ଲୀ ପବନରେ ବିଷ

ବିଷ ବଳୟରେ ଦେଶର ରାଜଧାନୀ, ବାୟୁ ପ୍ରଦୂଷଣ ବଢାଉଛି ଚିନ୍ତା । ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସୁପ୍ରିମକୋଟ । ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ରାଜସ୍ଥାନକୁ ଏନେଇ ନୋଟିସ ଜାରି କରିଛନ୍ତି କୋର୍ଟ । ବାୟୁ ପ୍ରଦୂଷଣ କମାଇବାକୁ କଣ ସବୁ ପଦକ୍ଷେପ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଦିନକୁ ଦିନ ବାୟୁ ଗୁଣବତାର ମାନ ନିମ୍ନସ୍ତରକୁ ଖସିବାରେ ଲାଗିଥିବା ବେଳେ ଜନଜୀବନ ଉପରେ ଏହାର ପ୍ରଭାବ ପଡିଛି । ପ୍ରତିବର୍ଷ ଶୀତ ଦିନରେ ଏଭଳି ସ୍ଥିତି ଦେଖିବାକୁ ମିଳେ ଦିଲ୍ଲୀରେ । ହେଲେ କେବେ ବି ଏହାର ସ୍ଥିର ପ୍ରତିକାର ମିଳିପାରିନି ସରକାରଙ୍କୁ । ଯାହାଫଳରେ ଜନଜୀବନ ଏଥିପାଇଁ ରୋଗାକ୍ରାନ୍ତ ହୁଅନ୍ତି ।