ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ମୁସଲିମ୍ ପକ୍ଷକୁ ଝଟକା 

ହାଇକୋର୍ଟରେ ୧୫ ମାମଲାର ଏକାଠି ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ

 ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ମୁସଲିମ୍ ପକ୍ଷକୁ ବଡ଼ ଝଟକା । ମଙ୍ଗଳବାର ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କରିବା ସହିତ, ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ମାମଲାର ଶୁଣାଣି ଆଲ୍ଲାବାଦ୍ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସମସ୍ତ ମୋକଦ୍ଦମାର ବିଚାର ସାଙ୍ଗରେ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । କୃଷ୍ଣ ଜନ୍ମଭୂମି ମାମଲାରେ ଆହ୍ଲାବାଦ୍ ହାଇକୋର୍ଟ ୧୫ଟି ମୋକଦ୍ଦମାର ଏକା ସାଙ୍ଗରେ ବିଚାର କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ମୁସଲିମ୍ ପକ୍ଷ କିନ୍ତୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଇଥିଲେ । ହେଲେ ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷର ଏ ଆବେଦନକୁ ଖାରଜ କରିବା ସହିତ ଆହ୍ଲାବାଦ୍ କୋର୍ଟରେ ସମସ୍ତ ଆବେଦନର ଏକାଠି ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।