ପତଞ୍ଜଳୀକୁ ସୁପ୍ରିମ୍ ତାଗିଦ !

ଭୁଲ୍ ବିଜ୍ଞାପନ ଦେଇ ଅଡୁଆରେ ପତଞ୍ଜଳୀ !

ଅଡୁଆରେ ପତଞ୍ଜଳୀ । ପତଞ୍ଜଳୀର କିଛି ବିଜ୍ଞାପନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ତେବେ ସୂଚନା ଅନୁସାରେ ଆଧୁନିକ ଔଷଧ ଓ ଟିକାକରଣ ବିରୋଧରେ ପତଞ୍ଜଳୀ ଆୟୁବେର୍ଦ କିଛି ଏପରି ବିଜ୍ଞାପନ ପ୍ରକାଶ କରିଥିଲା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଖାଲି ଅସନ୍ତୋଷ ନୁହେଁ କୌଣସି ବିଭ୍ରାନ୍ତିକର ତଥା ଭୁଲ ବିଜ୍ଞାପନ ଓ ମିଥ୍ୟା ଦାବି ନକରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କଲେ ଜରିମାନା ଲାଗୁ କରାଯିବ ବୋଲି ପତଞ୍ଜଳୀକୁ ଚେତାବନୀ ଦେଇଛନ୍ତି କୋର୍ଟ । ଭାରତୀୟ ମେଡିକାଲ ଆସୋସିଏଶନ ପତଞ୍ଜଳୀ ବିଜ୍ଞାପନ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଥିଲେ । ଯାହା ଉପେରେ କୋର୍ଟ ଶୁଣାଣୀ କରିଛନ୍ତି । ଏହାକୁ ନେଇ ଏବେ ହରଡଘଣାରେ ପତଞ୍ଜଳୀ ।