ଆଗଉଛି ସୂର୍ଯ୍ୟମିଶନ

ଆଦିତ୍ଯ ଏଲ୧ କରିଛି ଚତୁର୍ଥ କକ୍ଷପଥ ପରିବର୍ତ୍ତନ

ସଫଳତା ଦିଗରେ ଆଉ ପଡେ ଆଗକୁ ଆଗେଇଲା ଭାରତର ସୂର୍ଯ୍ୟମିଶନ ଆଦିତ୍ୟ ଏଲ୧। ଆଦିତ୍ଯ ଏଲ୧ କରିଛି ଚତୁର୍ଥ କକ୍ଷପଥ ପରିବର୍ତ୍ତନ । ଲାଗରେଞ୍ଜ ପଏଣ୍ଟରେ ଆଦିତ୍ୟ ଏଲ୧କୁ ଅବସ୍ଥାପିତ କ୍ଷେତ୍ରରେ ଏହି କକ୍ଷ ପରିବର୍ତ୍ତନ ହୋଇଛି ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା ଯାହାକୁ ଅତି ସଫଳତାର ସହ ସମ୍ପାଦନ କରିଛି ଏହି ମିଶନ । ଇସ୍ରୋର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ନେଟଓ୍ବର୍କ ବା ଇସଟ୍ରାକ ଜରିଆରେ ଏହା ସମ୍ପାଦନ ହୋଇଥିବା ବେଳେ କକ୍ଷ ପରିବର୍ତ୍ତନକୁ ଟ୍ରାକ୍ କରିଥିଲେ ମରିସସ, ବେଙ୍ଗାଳୁରୁ, ଏସଡିଏସି ଓ ପୋର୍ଟ ବ୍ଲେୟାରସ୍ଥିତ ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନ । ସୂଚନା ଅନୁସାରେ ଗତ ୩ ଓ ୫ ତାରିଖରେ ଆଦିତ୍ୟ ଏଲ୧ର ହୋଇଥିଲା ପ୍ରଥମ ଓ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ। ଗତ ୧୦ ତାରିଖରେ ଆଦିତ୍ୟ ଏଲ୧ କରିଥିଲା ତୃତୀୟ କକ୍ଷପଥ ପରିବର୍ତ୍ତନ । ମୋଟ ୫ଟି କକ୍ଷପଥ ପରିବର୍ତ୍ତନ ପରେ ଏଲ୧ ପଏଣ୍ଟ ଅଭିମୁଖେ ଗତି କରିବ ଆଦିତ୍ୟ । ତେବେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ ସୂର୍ଯ୍ୟ ଅଭିଯାନ ନେଇ ଏକ ନୂଆ ଦିଶା ଦେଖାଇଛି ।