ନିର୍ବାଚନୀ ଇସ୍ତାହାରରେ ଘୋଷଣା କଲା DMK

ସରକାରକୁ ଆସିଲେ ପୁଡୁଚେରୀକୁ ରାଜ୍ୟମାନ୍ୟତା

ନିର୍ବାଚନୀ ଇସ୍ତାହାରରେ ଘୋଷଣା କଲା DMK। ନିଟ ବ୍ୟାନ, ପୁଡୁଚେରୀକୁ ରାଜ୍ୟମାନ୍ୟତା । ନିଜର ନିର୍ବାଚନୀ ଇସ୍ତାହାରରେ ଏସବୁ ପ୍ରତିଶ୍ରୁତି ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ। ନିର୍ବାଚନୀ ଇସ୍ତାହାର ଘୋଷଣା ଅବସରରେ ଉପସ୍ଥିତ ଥିଲେ ଡିଏମକେ ସାଂସଦ କାନିମୋଜି। ନିର୍ବାଚନୀ ଇସ୍ତାହାରରେ ଯେଉଁସବୁ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି ସେଗୁଡିକ ହେଲା ରାଜ୍ୟଗୁଡିକୁ ସଂଘୀୟ ମାନ୍ୟତା ଦେବା, ଚେନ୍ନାଇରେ ସୁପ୍ରିମକୋର୍ଟ ବେଞ୍ଚ ଗଠନ, ପୁଡୁଚେରୀକୁ ରାଜ୍ଯପାହ୍ୟା ମାନ୍ଯତା, ନୂଆ ଶିକ୍ଷାନୀତି ପ୍ରତ୍ଯାହାର, ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ, ସରକାରୀ ସ୍କୁଲରେ ସକାଳୁଆ ମିଲ୍, ନିଟକୁ ନିଷିଦ୍ଧ କରିବା, ସାରା ଦେଶରେ ପ୍ରତି ମହିଳାଙ୍କୁ ମାସିକ ୧ ହଜାର ଟଙ୍କା, ଟୋଲଗେଟଗୁଡିକୁ ହଟାଇବା, ସିଏଏକୁ ହଟାଇବା, ଶିକ୍ଷା ଲୋନକୁ ଛାଡ କରିବା, ନୂଆ ଆଇଆଇଟି, ଆଇଆଇଏମ, ଆଇଆଇଏସସି, ଆଇଆଇଏଆରଆଇ ପ୍ରତିଷ୍ଠା ପ୍ରତିଶୃତି ଦେଇଛି DMK ।