ଭଙ୍ଗାଯିବନି ପୁରୁଣା ସଂସଦ ଭବନ

ନୂଆ ସଂସଦ ଭବନରେ ଚାଲିଲା ଗୃହକାର୍ଯ୍ୟ

ଆଜିଠୁ ଦେଶକୁ ମିଳିଲା ନୂଆ ସଂସଦା । ନୂଆ ପାର୍ଲାମେଣ୍ଟରେ ବିଧିବଦ୍ଧ ଭାବେ ଉଭୟ ରାଜ୍ୟସଭା ଓ ଲୋକସଭାର ଗୃହକାର୍ଯ୍ୟ ଚାଲୁଛି । ପୁରୁଣା ସଂସଦରେ ଗ୍ରୁପ୍ ଫଟୋ ସେସନ୍ ପରେ ଦିନ ୧୧ଟାରେ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ମିଳିତ ଅଧିବେଶନ ବସିଥିଲା । ଆସନ୍ତା ୨୨ ତାରିଖ ଯାଏଁ ୫ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବ। ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ବି ପୁରୁଣା ସଂସଦ ଭବନ ଅବ୍ୟବହୃତ ଅବସ୍ଥାରେ ପଡ଼ିବନି କିମ୍ବା ଏହାକୁ ଭଙ୍ଗାଯିବନି। ଏହାକୁ ସଂରକ୍ଷିତ କରାଯିବ ଓ ସେଠାରେ ଆନୁସଙ୍ଗିକ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମ୍ଭବତଃ ସେଠାରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ବି ଯୋଜନା ଥିବା ଚର୍ଚ୍ଚା ହେଉଛି।