I PHONE ପାଇଁ ଛୁଆକୁ ବିକିଦେଲେ !

ଆଜିର ସମୟରେ ପିଲାଠୁ ବୁଢା ସଭିଏଁ ରିଲ୍ସ ପାଇଁ ପାଗଳ। ଆଉ ଏହି ରିଲ୍ସ ନିଶା ଏତେ ବଢିଯାଇଛି ଯେ ସଂପର୍କ ବି ଦୂରେଇଯାଉଛି । ରିଲ୍ସ ପାଇଁ ନିଜ ଜନ୍ମ କଲା ଛୁଆକୁ ବିକିଦେଇଛି ମାଆ। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲା ପାଣିହାଟୀ ୧୧ ନମ୍ବର ୱାର୍ଡ ଗାନ୍ଧୀ ନଗର ଅଞ୍ଚଳରେ । ଆଇଫୋନ୍ କିଣି ରିଲ୍ସ କରିବା ପାଇଁ ୮ ମାସର ଶିଶୁକୁ ବିକ୍ରି କରିଦେଇଛନ୍ତି ବାପା ମାଆ । ଛୁଆକୁ କିଣି ଥିବା ମହିଳା ସହିତ ବାପା ମାଆଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ବାପାମାଆଙ୍କୁ ଘାରିଥିଲା ଆଇଫୋନ ୧୪ କିଣି ରିଲ୍ସ କରିବା ନିଶା । ଭିଡିଓ କରି ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ପ୍ଲାନ କରିଥିଲେ । ସେଥିପାଇଁ ଏକ ମାତ୍ର ସନ୍ତାନକୁ ସେମାନେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏ ନେଇ ଅଞ୍ଚଳବାସୀ ପୋଲିସକୁ ଖବର ଦେବାରୁ ପୋଲିସ ତନାଘନା ଆରମ୍ଭ କରିଦେଇଥିଲା ।

ପୋଲିସ ଛୁଆକୁ ଉଦ୍ଧାର କରିବା ସହ ବାପା ମାଆ ଓ ଶିଶୁକୁ କିଣି ଥିବା ମହିଳାକୁ ମଧ୍ୟ ଗିରଫ କରିଛି । ଶିଶୁକୁ ବିକ୍ରି କରିଥିବା ଅଭିଯୁକ୍ତ ବାପା ପୋଲିସ ଆଗରେ ମାନି ନେଇଛି । ଦୁଇ ଲକ୍ଷ ଟଙ୍କାରେ ଶିଶୁଟିକୁ ବିକ୍ରି କରିଥିଲେ ବାପାମାଆ । ଜୁଲାଇ ୨୪ ତାରିଖରେ ଘଟଣା ସଂପର୍କରେ ଜଣାପଡିଥିଲେ ମଧ୍ୟ ଏହା ଦେଢମାସ ତଳୁ ବିକ୍ରିବଟା ସରିଥିଲା । ଏଭଳି ଘଟଣା ସାମ୍ଣାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଲରେ ଏହାକୁ ନିନ୍ଦା କରିଥିବା ଦେଖିବାକୁ ମିଳିଛି। ରିଲ୍ସ ନିଶା ଯେ ବାପା ମାଆଙ୍କୁ ଏତେ ତଳକୁ ଖସାଇ ଦେବ ତାହା ଏବେ ବି ଅବିଶ୍ଵସନୀୟ ।