ଏସିଆନ୍ ଗେମ୍ସର ଆରମ୍ଭରୁ ହିଁ ଭାରତୀୟଙ୍କ କମାଲ

ବର୍ତ୍ତମାନ ସୁଦ୍ଧା ୫ପଦକ ପକ୍କା କଲା ଭାରତ

ଏସିଆନ୍ ଗେମ୍ସର ଆରମ୍ଭରୁ ହିଁ ଭାରତୀୟ ଖେଳାଳିଙ୍କ ଜଗରଦସ୍ତ ପ୍ରଦର୍ଶନ । ପ୍ରଥମ ଦିନରେ ହିଁ କମାଲ କରି ଦେଖାଇଛନ୍ତି ଭାରତୀୟ ଖେଳାଳି । ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ପଦକ ହାତେଇଛି । ରୋଇଂରେ ତିନିଟି ଓ ସୁଟିଂରେ ୨ଟି ପଦକ ହାସଲ କରିଛି । ରୋଇଂରେ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ମିଳିଥିବା ବେଳେ ସୁଟିଂରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାତେଇଛି ଭାରତ । ଯାହାକୁ ନେଇ ଭାରତୀୟ ଖେଳାଳିଙ୍କୁ ଛୁଟିଛି ପ୍ରଶଂସାର ସୁଅ ।

ସୂଚନା ଅନୁସାରେ ଏସିଆନ ଗେମ୍ସର ପ୍ରଥମ ଦିନରେ ରୋଇଂରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଥିବା ବେଳେ ମେନ୍ସ ଏଇଟ୍ରେ ମଧ୍ୟ ରୌପ୍ୟ ପଦକ ମିଳିଛି । ସେହିପରି ରୋଇଂରେ ବାବୁ ଲାଲ ଯାଦବ ଓ ଲେଖ ରାମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ସହ ମହିଳା ୧୦୦ ମିଟର ଏୟାର ରାଇଫଲରେ ମଧ୍ୟ ରୌପ୍ୟ ପଦକ ହାତେଇଛି ଭାରତ । ମେହୁଲି ଘୋଷ, ରମିତା ଓ ଆଶି ଚୌକସି ଏହି ପଦକ ହାତେଇଛନ୍ତି । ସେହିପରି ମହିଳା ୧୦ ମିଟର ଏୟାର ରାଇଫଲରେ ରମିତାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଭାରତ ଜବରଦସ୍ତ ପ୍ରଦର୍ଶନ କରି ୫ଟି ପଦକ ପକ୍କା କରିଛି ।