ବିଜେପି ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ

‘କଂଗ୍ରେସ ବିଧାୟକଙ୍କୁ ବିଜେପି ଦେଉଛି ୫୦ କୋଟି ଅଫର’

ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା । କଂଗ୍ରେସ ବିଧାୟକଙ୍କୁ ବିଜେପି ପ୍ରଲୋଭନ ଦେଖାଉଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଦକ୍ଷିଣ ରାଜ୍ୟ ମାନଙ୍କରେ ବିଜେପି ନିଜର ଅପରେସନ୍ ଲୋଟସକୁ ଜୋରଦାର କରିବାକୁ ଚାହୁଁଛି । ଏହି କ୍ରମରେ ବିଜେପି କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କୁ ଟଙ୍କାର ଲୋଭ ଦେଖାଇ ଏଠାରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚାହୁଁଛି’। ଏଥିପାଇଁ ବିଜେପି କଂଗ୍ରେସ ବିଧାୟକଙ୍କୁ ୫୦ କୋଟି ଟଙ୍କାର ଅଫର ମଧ୍ୟ ଦେଇଛି । ହେଲେ ତା’ର ଷଡଯନ୍ତ୍ର ବିଫଳ ହୋଇଛି । ଏଠାରେ କଂଗ୍ରେସ ସରକାର ପୂର୍ଣ୍ଣ କାର୍ୟ୍ୟକାଳ ପୂରଣ କରିବ । ତାଙ୍କର ନିଜ ବିଧାୟକଙ୍କ ଉପରେ ବିଶ୍ୱାସ ରହିଛି । ସେମାନେ କେବେବି ଦଳ ଛାଡି ଯିବେ ନାହିଁ । ବିଜେପି ନିଜ ଉଦ୍ଦେଶ୍ୟରେ ହାରିଛି । ତାଙ୍କର ବିଶ୍ୱାସ ଅଛି ଯେ, ଟଙ୍କ ଲୋଭରେ ଭବିଷ୍ୟତରେ ବି ଜଣେ ହେଲେ ବିଧାୟକ ପାର୍ଟି ଛାଡିବେ ନାହିଁ’ ।