କ୍ଷୀରରେ ପାଣି ମିଶାଇବା ବେଳେ ଧରାପଡିଲେ ବ୍ୟବସାୟୀ

ଜିଲ୍ଲାପାଳ ଧରିଲେ ବ୍ୟବସାୟୀଙ୍କ ଚୋରି

କ୍ଷୀରବାଲା ମିଶାଉଥିଲେ କ୍ଷୀରରେ ପାଣି । କିନ୍ତୁ ଦେଖିଦେଲେ ଜିଲ୍ଲାପାଳ । ଆଉ ତାପରେ ଭାଇରାଲ ହେଲା ଫଟୋ । ମଧ୍ୟପ୍ରଦେଶର ଜଣେ ଜିଲ୍ଲାପାଳ ଏହାର ଏକ ଫଟୋ ଭାଇରାଲ କରିଛନ୍ତି। ଶୟୋପୁର ସହର ନିକଟରେ ଥିବା ମୋରଣ୍ଡୋଗରୀ ନଦୀ କୂଳରେ ସକାଳେ ଏପରି ଘଟଣା ସାମ୍ନାକୁ ଆସିଛି। ସେଠାରେ ଏକ କ୍ଷୀର ବାଲା ନିଜ ବାଇକ୍‌ ରଖି ଏକ ପାତ୍ରରେ ନଦୀରୁ ପାଣି  ଆଣି ନିଜ ଗାଡ଼ିରେ ଥିବା ସମସ୍ତ କ୍ଷୀରରେ ମିଶାଇ ଦେଉଛି। ଉକ୍ତ ସମୟରେ ସେହି ବାଟ ଦେଇ ମର୍ଣ୍ଣିଂ ୱାକ କରୁଥିବା ଜିଲ୍ଲାପାଳ ସଞ୍ଜୟ କୁମାର ନିଜ ମୋବାଇଲରେ ଏହାର ଫଟୋ ଓ ଭିଡିଓ କରିଥିଲେ । ଏଥିସହ ଉକ୍ତ କ୍ଷୀରବାଲା ନିକଟକୁ ଯାଇ ତାଙ୍କୁ ତାଗିଦ କରିବା ସହ ଅପମିଶ୍ରଣର କୁପ୍ରଭାବ ଲୋକଙ୍କ ଶରୀର ଉପରେ ପଡ଼ିବ ବୋଲି ବୁଝାଇଥିଲେ। ଏହାପରେ ତାହାକୁ ସେ ନିଜ ଟ୍ୱିଟରରେ ପୋଷ୍ଟ କରି ଅପମିଶ୍ରଣର ନଗ୍ନ ନମୁନା ବୋଲି ଉଲ୍ଲେଖ କରିଥିଲେ।