ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନା

ଇସ୍ତଫା ଦେଲେ ଶେଖ ହସିନା

ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନା । ଇସ୍ତଫା ଦେବା ସହ ଦେଶ ଛାଡ଼ି ମଧ୍ୟ ପଳାଇଛନ୍ତି । ହସିନା ଭାରତ ଆସିଥିବା ଚର୍ଚ୍ଚା ହେଉଛି । ଦେଶ ଛାଡିଥିବା ସୂଚନା ଦେଇଛନ୍ତି ବାଂଲାଦେଶ ସେନାଧ୍ୟକ୍ଷ ।
ବାଂଲାଦେଶରେ ସଂରକ୍ଷଣକୁ ନେଇ ବେଶ କିଛି ଦିନ ହେଲା ରକ୍ତାକ୍ତ ସଂଘର୍ଷ ଜାରି ରହିଥିବା ବେଳେ ଶହ ଶହ ଲୋକଙ୍କ ଜୀବନ ବି ଗଲାଣି । ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେବା ପରେ ସେନା ଏବେ ଶାସନ ଭାର ହାତକୁ ନେଇଥିବା ସୂଚନା ମିଳିଛି ।

ଭଉଣୀ ଶେଖ ରିହାନାଙ୍କ ସହ ଦେଶ ଛାଡିଛନ୍ତି । ଏକ ସାମରିକ ହେଲିକପ୍ଟରରେ ଦେଶ ଛାଡ଼ିଥିବା ସୂଚନା ମିଳିଛି । ଏହା ସହିତ ବାଂଲାଦେଶରେ ଲାଗୁ ହୋଇଛି ସାମରିକ ଶାସନ । ଇସ୍ତଫା ଦେବା ପାଇଁ ଶେଖ ହସିନାଙ୍କ ଉପରେ ବଢ଼ୁଥିଲା ଚାପ । ସଂରକ୍ଷଣ ପ୍ରତିବାଦରେ ସାରା ଦେଶରେ ଜାରି ରହିଛି ହିଂସା । ସରକାର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ଶହ ଶହ ଲୋକଙ୍କ ଜୀବନ ଗଲାଣି । ହିଂସାକାଣ୍ଡରେ ଏପର୍ୟ୍ୟନ୍ତ ୯୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଜାରି ରହିଥିଲା ଆନ୍ଦୋଳନ । ଆନ୍ଦୋଳନ ଦମନ ପାଇଁ ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଥିଲା । ଆଜି ଆନେ୍ଦାଳନକାରୀ ପିଏସ ଆବାସରେ ପଶିଥିଲେ । ଏହାପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ହସିନା ।

ସିରାଜଗଞ୍ଜରେ ଆନ୍ଦୋଳନକାରୀମାନେ ଥାନା ଉପରେ ଆକ୍ରମଣ କରିଛନ୍ତି । ଏବଂ ୧୩ ପୋଲିସ କର୍ମୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ସେହିପରି ନରସିଙ୍ଗଡ଼ିରେ କ୍ଷମତାସୀନ ଆୱାମୀ ଲିଗ୍‌ର ୬ ଜଣ ନେତାଙ୍କୁ ଏମାନେ ଗୁଳି କରି ହତ୍ୟା କରିଛନ୍ତି । ବରିସାଲରେ ମଧ୍ୟ ଆନ୍ଦୋଳନକାରୀ ଓ ଆୱାମୀ ଲିଗ୍‌ କାର୍ୟ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲେ ।ସୂଚନା ଅନୁସାରେ ବାଂଲାଦେଶରେ ୧୯୭୧ରେ ସ୍ୱାଧୀନ ହୋଇଥିଲା । ସ୍ୱାଧୀନତା ସଂଗ୍ରାମ ଲଢିଥିବା ସୈନ୍ୟଙ୍କ ସନ୍ତାନଙ୍କ ନିମନ୍ତେ ସରକାରୀ ଚାକିରିରେ ୩୦ ପ୍ରତିଶତ, ପଛୁଆ ଜିଲ୍ଲା ନିମନ୍ତେ ୪୦ ପ୍ରତିଶତ, ମହିଳାଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବା ନେଇ ଘୋଷଣା ହୋଇଛି । ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨୦ପ୍ରତିଶତ ରଖାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ଏହି ସଂରକ୍ଷଣ ବିରୋଧରେ ରାୟ ଦେଇଥିଲେ । କିନ୍ତୁ ହସିନା ସରକାର ଗ୍ରହଣ କରିନଥିଲେ । ଏବେ ଅଦାଲତ ସଂରକ୍ଷଣକୁ ପୁନଃ ଲାଗୁ ପାଇଁ କହିଛନ୍ତି ଯେଉଁଥିପାଇଁ ଏ ହିଂସା କାଣ୍ଡ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *