କାଲି ମହାରାଷ୍ଟ୍ର ବିଧାନସଭା ଅଧିବେଶନ  

ଗୋଟିଏ ବୈଠକରେ ଅଜିତ୍ ଓ ଶରଦ୍

କାଲି ବିଧାନସଭା ଅଧିବେଶନ । ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ପରେ ଗୋଟିଏ ସସପେନ୍ସ । ଏନସିପିରେ ବିଦ୍ରୋହ ପରେ ଆଜି ଶରଦ ପାଓ୍ୱାର ଓ ଅଭିତ ପାଓ୍ୱାରଙ୍କ ମଧ୍ୟରେ ବୈଠକ ହୋଇଛି । ଯାହା ଉପରେ ସାରା ରାଜ୍ୟର ନଜର ରହିଥିଲା ।  ବିଦ୍ରୋହର ୧୪ ଦିନ ପରେ ଦଳର ବରିଷ୍ଠ ନେତାଙ୍କୁ ନେଇ ବୈଠକ ବସିଥିଲା । ଓ୍ବାଇ ବି ଚୌହାନ୍ ସେଣ୍ଟରରେ ଏନସିପିର ସବୁ ମନ୍ତ୍ରୀ ଉପସ୍ଥିତ ରହିଥିଲ ।  ଶରଦ ପାଓ୍ୱାରଙ୍କ ସହ ଏହି ବୈଠକରେ ଅଜିତ ପାଓ୍ବାର, ପ୍ରଫୁଲ୍ଲ ପଟେଲ୍, ଛଗନ ଭୁଜବଳ, ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ମଧ୍ୟ ଉପସ୍ଥିତ ଥିଲେ । ତେବେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ ।