ଆଜି ସରୁଛି ସଞ୍ଜୟଙ୍କ ରିମାଣ୍ଡ, ମିଳିବ ତ ବେଲ୍ ?

ସଞ୍ଜୟଙ୍କ ବିରୋଧରେ କେଉଁ ତଥ୍ୟ ପାଇଲା ଇଡି ?

ଆଜି ସରୁଛି ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଇଡି ରିମାଣ୍ଡ ଅବଧି । ଦିଲ୍ଲୀ ମଦ ନୀତି ମାମଲାରେ ସଞ୍ଜୟଙ୍କୁ ଗତ ୪ ତାରିଖରେ ଗିରଫ କରିଥିଲା ଇଡି । ଗିରଫ ପରେ ସଞ୍ଜୟଙ୍କୁ ଅକ୍ଟୋବର ୧୦ ଯାଏ ଇଡି ରିମାଣ୍ଡକୁ ନେବା ଲାଗି ଅନୁମତି ଦେଇଥିଲେ ଦିଲ୍ଲୀ କୋର୍ଟ । ମନୀଷ ସିସୋଦିଆଙ୍କ ପରେ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି । ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ଯସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରେଡ କରିଥିଲା ଇଡି । ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ସଞ୍ଜୟଙ୍କ ନାମ ସ୍ଥାନୀତ ଥିଲା । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ବିରୋଧରେ ବିପୁଳ ଅର୍ଥ ହେରଫେର ତଥ୍ୟ ଆସିବା ପରେ କୋର୍ଟଙ୍କ ଅନୁମତି ପରେ ହେପାଜତକୁ ନେଇଥିଲା ଇଡି । ତେବେ ଏହାର ତାରିଖ ଆଜି ସରୁଥିବା ବେଳେ ସଞ୍ଜୟଙ୍କୁ ବେଲ ମିଳିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।