ପଶ୍ଚିମବଙ୍ଗରେ ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା

ଏଣିକି ବିଧାୟକ ପାଇବେ ୧.୨୧ଲକ୍ଷ, ମନ୍ତ୍ରୀ ପାଇବେ ୧.୫୦ଲକ୍ଷ !

ପଶ୍ଚିମବଙ୍ଗ ବିଧାୟକ ତଥା ମନ୍ତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମନ୍ତ୍ରୀଙ୍କ ସହିତ ରାଜ୍ୟର ସମସ୍ତ ବିଧାୟକଙ୍କ ଦରମା ବୃଦ୍ଧି କରିଛନ୍ତି ମମତା । ତେବେ ବିଧାୟକମାନଙ୍କ ଦରମା ୪୦ ହଜାର ବୃଦ୍ଧି କରିବା ନେଇ ମମତା ବାନାର୍ଜୀ ନିଜେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ମମତା ନିଜେ ଦରମା ବାବଦକୁ ଟଙ୍କାଟିଏ ନେଉନଥିବା ବେଳେ ବିଧାୟକମାନଙ୍କ ଦରମା ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ବଢିଥିବା ଦରମା ଅନୁସାରେ ମନ୍ତ୍ରୀମାନଙ୍କ ଦରମା ଏବେ ୧୦ ହଜାର ୯ ଶହ ଟଙ୍କା ବୃଦ୍ଧି କରାଯାଇ ଏହାକୁ ୫୦ ହଜାର ୯୦୦ ଟଙ୍କା କରାଯାଇଛି ।

ସେହିପରି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଦରମା ୧୧ ହଜାର ଟଙ୍କା ବୃଦ୍ଧି କରାଯାଇ ଏହାକୁ ୫୧ ହଜାର ଟଙ୍କା କରାଯାଇଛି ।ତେବେ ବିଧାୟକମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ହେଲା ପରେ, ଏବେ ପଶ୍ଚିମବଙ୍ଗ ବିଧାୟକଙ୍କ ଦରମା ବେତନ ଓ ଭତ୍ତା ଟଙ୍କାକୁ ମିଶାଇ ମୋଟ ୧.୨୧ ଲକ୍ଷ ହୋଇଛି । ଯାହାକି ପୂର୍ବରୁ କେବଳ ୮୦ ହଜାର ଟଙ୍କା ଥିଲା । ସେହି ଅନୁମାତରେ ଦରମା ଏବଂ ଭତ୍ତାକୁ ମିଶାଇ ମନ୍ତ୍ରୀମାନଙ୍କର ଦରମା ଦେଢ ଲକ୍ଷ ଟଙ୍କା ହୋଇଛି । ତେବେ ବିଧାୟକ ତଥା ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ହେବାପରେ ସଭିଙ୍କ ମନ ଖୁସିଥିବା ଦେଖିବାକୁ ମିଳିଛି ।